Categories: ଜାତୀୟ

ଜେଲ୍‌ରେ ମୁଖ୍ୟମନ୍ତ୍ରୀଙ୍କର ୮ କେଜିରୁ ଅଧିକ ଓଜନ କମିଲା, ନେତା କହିଲେ…

ନୂଆଦିଲ୍ଲୀ , ୧୩।୦୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ମଦ ଦୁର୍ନୀତି ମାମଲାରେ ଜେଲ୍‌ରେ ରହିଛନ୍ତି । ଫଳରେ ଜେଲ୍‌ରେ ତାଙ୍କର ସ଼୍ବାସ୍ଥ୍ୟାବସ୍ଥାରେ ଅବନତି ହୋଇଥିବା ଜଣାପଡ଼ିଛି । ଏହାକୁ ନେଇ ଆମ ଆଦମୀ ପାର୍ଟି ନେତା ସଞ୍ଜୟ ସିଂ କହିଛନ୍ତି ଯେ, କେନ୍ଦ୍ରର ଭାରତୀୟ ଜନତା ପାର୍ଟି ସରକାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜୀବନ ସହ ଖେଳୁଛନ୍ତି । ଏକ ସାମ଼୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ କେଜ୍ରିୱାଲଙ୍କ ସ଼୍ବାସ୍ଥ୍ୟାବସ୍ଥା ଏତେ ମାତ୍ରାରେ ଖରାପ ହୋଇପଡ଼ିଛି ଯେ, ଯଦି ତାଙ୍କୁ ଶୀଘ୍ର ଜେଲ୍‌ରୁ ବାହାର ନକରାଯାଏ ଏବଂ ତାଙ୍କର ଚିିକିତ୍ସା ନକରାଯାଏ ତେବେ କେତେବେଳେ ବି ଗମ୍ଭୀର ଘଟଣା ଘିଟିଯାଇପାରେ । କେଜ୍ରିୱାଲଙ୍କର ୮ କେଜିରୁ ଅଧିକ ଓଜନ ହ୍ରାସ ହୋଇଛି। ଏହାସହ ତାଙ୍କର ବ୍ଲଡ୍‌ ସୁଗାର ମଧ୍ୟ ଜେଲରେ ରହିଥିବା ସମୟରେ ୫ ଥର ୫୦ଏମ୍‌ଜିରୁ କମ୍‌ ହୋଇଛି ।

ସେ କହିଛନ୍ତି ଯେ, ୩୧ ମାର୍ଚ୍ଚରେ ଯେତେବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଏହି ମାମଲାରେ ଗିରଫ କଲା ସେତେବେଳେ ତାଙ୍କର ଓଜନ ୭୦ କେଜି ରହିଥିଲା । କିନ୍ତୁ ଏବେ ତାଙ୍କର ଓଜନ ହ୍ରାସ ପାଇ ୬୧.୫ କୋଜି ରହିଥିବା ସେ କହିଛନ୍ତି । ଲଗାତାର କାହିଁକି ତାଙ୍କର ଓଜନ ହ୍ରାସ ପାଉଛି ତେହା ଜଣାପଡ଼ୁନାହିଁ । କରାଣ ତାଙ୍କର କୌଣସି ପରୀକ୍ଷଣ କରାଯାଉନଥିବା ସେ ଅଭିଯୋଗ କରିଛନ୍ତି । ଏପରି ଓଜନରେ ହ୍ରାସ ପାଇବା କୌଣସି ଗମ୍ଭୀର ରୋଗର ସଙ୍କେତ ହୋଇଥାଇପାରେ ବୋଲି ସେ କହିଛନ୍ତି ।

Share