ଚାପ ମୁକ୍ତ ଭାବେ ମନ ଇଛା ଖେଳ-ହୃଦୟ ଭରି ପୂର୍ଣ୍ଣ କ୍ଷମତା ସହିତ ଖେଳ, କମନୱେଲଥ ଗେମ୍ସ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ…

ନୂଆଦିଲ୍ଲୀ,୨୦।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ କମନୱେଲଥ ଗେମ୍ସ ୨୦୨୨ ରେ ଅଂଶଗ୍ରହଣ କରୁଥିବା ଭାରତୀୟ ଖେଳାଳିଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ତାଙ୍କୁ ଖେଳ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସେ ଖେଳାଳିମାନଙ୍କୁ ଭଲ ଖେଳିବାକୁ କହିଛନ୍ତି। ଏକାସାଙ୍ଗରେ ଅନୁଷ୍ଠିତ ହେଉଥିବା ଚେସ ଅଲିମ୍ପିଆଡ ଏବଂ କମନୱେଲଥ ଗେମ୍ସ ଉପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଭାରତୀୟ କ୍ରୀଡ଼ାବିତ୍‌ମାନେ ବିଶ୍ୱରେ ପ୍ରାଧାନ୍ୟ ବିସ୍ତାର କରିବାର ସୁଯୋଗ ପାଇଛନ୍ତି।

ସେ ଖେଳାଳିମାନଙ୍କୁ କହିଛନ୍ତି ଯେ ସମୟର ଅଭାବ ଯୋଗୁ ମୁଁ ଆପଣମାନଙ୍କ ସହିତ ସାକ୍ଷାତ୍‌ କରି ପାରି ନାହିଁ। କିନ୍ତୁ ଯେତେବେଳେ ଆପଣ ସେଠାରୁ ଫେରିବେ ଆମେ ନିଶ୍ଚିତ ଭାବେ ଦେଖା ସାକ୍ଷାତ ହେବା। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ମୋ ପାଇଁ ଖୁସିର ବିଷୟ ଯେ ମୁଁ ତୁମ ସମସ୍ତଙ୍କ ସହ କଥା ହେବାର ସୁଯୋଗ ପାଇଲି। ଆପଣମାନଙ୍କ ମଧ୍ୟରୁ ଅନେକ ବିଦେଶରେ ପ୍ରସ୍ତୁତ ହେଉଛନ୍ତି। ମୁଁ ସଂସଦ ଅଧିବେଶନରେ ମଧ୍ୟ ବ୍ୟସ୍ତ ଅଛି । ଆଜି ଜୁଲାଇ ୨୦। କ୍ରୀଡା ଜଗତ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଆଜି ହେଉଛି ଆନ୍ତର୍ଜାତୀୟ ଚେସ ଦିବସ।

କୌତୁହଳର ବିଷୟ ଯେ ସେହି ଦିନ କମନୱେଲଥ ଗେମ୍ସ ଆରମ୍ଭ ହେବା ପରେ ତାମିଲନାଡୁରେ ଚେସ ଅଲିମ୍ପିଆଡ ମଧ୍ୟ ଆରମ୍ଭ ହେବ। ବିଶ୍ୱସ୍ତରରେ ପ୍ରତିଭାର ପରିଚୟ ପାଇଁ ଭାରତୀୟ ଖେଳାଳିଙ୍କ ଲାଗି ଏକ ସୁବର୍ଣ୍ଣ ସୁଯୋଗ ରହିଛି।

ତୁମେ ସମସ୍ତ ହୃଦୟ ସହିତ ଖେଳିବ, ଜୋରରେ ଖେଳିବ, ପୂର୍ଣ୍ଣ କ୍ଷମତା ସହିତ ଖେଳିବ ଏବଂ କୌଣସି ଚାପ ବିନା ଖେଳିବ। ଆପଣ ନିଶ୍ଚୟ ଏକ କଥା ଶୁଣିଥିବେ, କୋଇ ନେହିଁ ହୈ ଟକ୍କର ମେଁ, କାହାଁ ପଡେ ହୋ ଚକ୍କର ମେଁ।

କମନୱେଲଥ ଗେମ୍ସ ୨୮ ଜୁଲାଇରୁ ୮ ଅଗଷ୍ଟ ପର୍ଯ୍ୟନ୍ତ ବର୍ମିଂହାମରେ ଅନୁଷ୍ଠିତ ହେବ। ଭାରତର ମୋଟ ୨୧୫ ଆଥଲେଟ ୧୯ ଟି କ୍ରୀଡା ମଧ୍ୟରେ ୧୪୧ ଟି ଇଭେଣ୍ଟରେ ଅଂଶଗ୍ରହଣ କରିବେ। ପ୍ରମୁଖ କ୍ରୀଡା ଇଭେଣ୍ଟ ପୂର୍ବରୁ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଖେଳାଳିଙ୍କ ସହ କଥାବାର୍ତ୍ତା କରିଛନ୍ତି। ଗତ ବର୍ଷ ମଧ୍ୟ ସେ ଟୋକିଓ ୨୦୨୦ ଅଲିମ୍ପିକ୍ସରେ ଭାରତୀୟ ଆଥଲେଟ୍ସ ଏବଂ ଭାରତୀୟ ପାରା-ଆଥଲେଟମାନଙ୍କ ସହିତ କଥାବାର୍ତ୍ତା କରିଥିଲେ।