ସିଡ୍ନୀ, ୨୨ା୧୧ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଭଲ ପ୍ରଦର୍ଶନ କରିଥିବାରୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ ସେ ଚାପରେ ନ ଥିବା କହିଛନ୍ତି ଭାରତର କୌଶଳୀ ପେସ୍ ବୋଲର ମହମ୍ମଦ ଶାମି। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ଗି ଆଇପିଏଲ୍ରେ ସେ କିଙ୍ଗ୍ସ ଇଲେଭନେ ପଞ୍ଜାବ ତରଫରୁ ଖେଳି ୨୦ ଉଇକେଟ ଅକ୍ତିଆର କରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଡବଲ ସୁପର ଓଭର ଗେମ୍ରେ ସେ ଟାଇଟ୍ ବୋଲିଂ କରି ମାତ୍ର ୫ ରନ ଦେଇଥିଲେ। ଆଗାମି ସିରିଜ ପାଇଁ ସେ ବିନା ଚାପରେ ନିଜକୁ ପ୍ରସ୍ତୁତ କରୁଛନ୍ତି। ଲେନ୍ଥ୍ ଓ ସିମ୍ ମୁଭମେଣ୍ଟକୁ ସେ ଗୁରୁତ୍ୱ ଦେଉଛନ୍ତି। ଲମ୍ବା ଅଷ୍ଟ୍ରେଲିଆ ଟୁର୍ରେ ହ୍ବାଇଟ୍ ବଲ୍ କ୍ରିକେଟ ପରେ ପିଙ୍କ୍ ଓ ରେଡ୍ ବଲ୍ କ୍ରିକେଟ ଖେଳାଯିବ। ସେ ଟେଷ୍ଟ ମ୍ୟାଚକୁ କିନ୍ତୁ ଅଗ୍ରାଧିକାର ଦେବେ। ଶାମି କହିଛନ୍ତି ଆଇପିଏଲ୍ ଯୋଗୁ ତାଙ୍କ ହ୍ବାଇଟ୍ ବଲ୍ ଫର୍ମ ନିୟନ୍ତ୍ରଣରେ ରହିଛି। ତେଣୁ ବର୍ତ୍ତମାନ ସେ ନେଟ୍ସରେ ରେଡ୍ ବଲ୍ ବୋଲିଂ ଅଭ୍ୟାସକୁ ଗୁରୁତ୍ୱ ଦେଉଛନ୍ତି।