Categories: ବାଣିଜ୍ୟ

ରାଉରକେଲାରେ ପ୍ରେଷ୍ଟିଜ୍‌ର ଏକ୍ସକ୍ଲୁଜିଭ୍‌ ଷ୍ଟୋର

ରାଉରକେଲା,୧୭।୭(ବିପ୍ଳବ ରଞ୍ଜନ ଦାଶ): ପ୍ରେଷ୍ଟିଜ୍‌ର ଏକ୍ସକ୍ଲୁଜିଭ୍‌ ଷ୍ଟୋର ପ୍ରଥମ ଥର ପାଇଁ ରାଉରକେଲା ଡେଲି ମାର୍କେଟସ୍ଥିତ ହରିୟାଣା ଭବନ ନିକଟରେ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ଅଙ୍କିତ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତାକାଟି ଶୋ’ରୁମ୍‌କୁ ଉଦ୍‌ଘାଟନ କରିଥିଲେ। ଉତ୍ସବରେ ପ୍ରେଷ୍ଟିଜ କମ୍ପାନୀର ଏରିଆ ସେଲ୍ସ ମ୍ୟାନେଜର ରବିନ୍ଦ୍ର କୁମାର ମହାପାତ୍ର, ରାଉରକେଲା ସେଲ୍ସ ଅଧିକାରୀ ବୃନ୍ଦାବନ ବାରିକ, ସର୍ଭିସ ମ୍ୟାନେଜର ସୁଜିତ କୁମାର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଶୋ’ରୁମ୍‌ ମାଲିକ ସୁମିତ ଗୁପ୍ତା, ସରିତା ଗୁପ୍ତା ଏବଂ ଚନ୍ଦୁଲାଲ ଗୁପ୍ତା, ରାଉରକେଲା ପ୍ରେଷ୍ଟିଜ ଏକ୍ସକ୍ଲୁଜିଭ ଶୋ’ରୁମ୍‌ ମ୍ୟାନେଜର ଅମିତ କୁମାର ଭୂୟାଁ ଓ ସୋମ୍ୟଦୀପ ରୟ ଉପସ୍ଥିତ ଥିଲେ। ଶୋ’ରୁମ୍‌ରେ ଗ୍ୟାସ୍‌ ଚୁଲା, ପ୍ରେସର କୁକର, ନନ୍‌ଷ୍ଟିକ, ଇଣ୍ଡକଶନ ଠାରୁ ଆରମ୍ଭ କରି ସମସ୍ତ ରୋଷେଇ ସମ୍ପର୍କିତ ଘରୋଇକରଣ ଉପଲବ୍ଧ ରହିଛି। ଏହିସବୁ ସାମଗ୍ରୀ କିଣିବା ପାଇଁ ଇଏମ୍‌ଆଇ ସାଙ୍ଗକୁ ମାଗଣା ଘରୋଇ ସେବା ବ୍ୟବସ୍ଥା ମଧ୍ୟ ରହିଛି। ଶୋ’ରୁମ୍‌ରୁ କୌଣସି ସାମଗ୍ରୀ କିଣିଥିବା ପ୍ରଥମ ୫୦ ଜଣ ଗ୍ରାହକଙ୍କ ପାଇଁ କମ୍ପାନୀ ପକ୍ଷରୁ ଆକର୍ଷଣୀୟ ଉପହାର ବ୍ୟବସ୍ଥା କରାଯାଇଛି। ରାଉରକେଲାରେ ଖୋଲିଥିବା ପ୍ରେଷ୍ଟିଜ୍‌ କମ୍ପାନୀର ଏହି ଶୋ’ରୁମ୍‌ରେ ମାତ୍ର ୧୩୦ ଟଙ୍କାରୁ ଆରମ୍ଭ କରି ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ସମସ୍ତ ଘରୋଇ ଉପକରଣ ସହରବାସୀଙ୍କୁ ଉପଲବ୍ଧ ହେବ। ଶେଷରେ ଶୋ’ରୁମ ମ୍ୟାନେଜର ଅମିତ କୁମାର ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ।

Share