ପ୍ରତିଷେଧକ ହିଁ ପ୍ରକୃତ ନିଦାନ

ଶରୀରରେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ପ୍ରତିଷେଧକ ବ୍ୟବସ୍ଥା ହିଁ ପ୍ରକୃତ ନିଦାନ । ପ୍ରତିବର୍ଷ ଜୁଲାଇ ୨୮ରେ ପାଳନ କରାଯାଉଥିବା ବିଶ୍ୱ ହେପାଟାଇଟିସ୍‌ ଦିବସରେ ଏନେଇ ସଚେତନତା ସୃଷ୍ଟି କରାଯାଇଥାଏ।
ହେପାଟାଇଟିସ୍‌ ଏ, ବି, ସି, ଡି, ଏବଂ ଇ ନାମକ ଏକ ସଂକ୍ରାମକ ରୋଗ। ପ୍ରତିରୋଧ, ନିରାକରଣ ଏବଂ ଚିକିତ୍ସାକୁ ଉତ୍ସାହିତ କରିବା ପାଇଁ ଏହି ଦିବସ ପାଳନ ମାଧ୍ୟମରେ ଲକ୍ଷ୍ୟ ରଖାଯାଇଛି। ହେପାଟାଇଟିସ୍‌ ବିଶ୍ୱର ବହୁ ଲୋକଙ୍କୁ ପ୍ରଭାବିତ କରିଥାଏ। ପ୍ରତିବର୍ଷ ପ୍ରାୟ ୧.୩୪ ନିୟୁତ ଲୋକଙ୍କର ମୃତ୍ୟୁ ଏହା ଯୋଗୁ ଘଟିଥାଏ। ହେପାଟାଇଟିସ୍‌ ଉଭୟ ତୀବ୍ର ଏବଂ କ୍ରମାଗତ ଭାବରେ ଯକୃତର ପ୍ରଦାହ ସୃଷ୍ଟି କରିପାରେ ଏବଂ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଏହା ଯୋଗୁ ଘଟିଥାଏ। କେତେକ ଦେଶରେ ହେପାଟାଇଟିସ ବି ସିରୋସିସର ସବୁଠାରୁ ସାଧାରଣ କାରଣ ଏବଂ ଏହା ଯୋଗୁ ଯକୃତ କର୍କଟ ମଧ୍ୟ ହେବାର ଆଶଙ୍କା ଥାଏ।