Categories: ବାଣିଜ୍ୟ

ଟିକେଏମ୍‌ର ମୂଲ୍ୟ ଘୋଷଣା

ନୂଆଦିଲ୍ଲୀ,୧୪ା୯: ଟୟୋଟା କିର୍ଲୋସ୍କର ମୋଟର (ଟିକେଏମ୍‌) ପକ୍ଷରୁ ନ୍ୟୁ ଟୟୋଟା ଅର୍ବାନ କ୍ରୁଜର ହାଇରାଇଡରର ମୂଲ୍ୟ ଘୋଷଣା କରାଯାଇଛି। ଏପରିକି ପର୍ଯ୍ୟାୟକ୍ରମେ ଘୋଷିତ ହେବାକୁ ଥିବା ଟୟୋଟାର ଅତ୍ୟାଧୁନିକ ଅଫରର ଶ୍ରେଷ୍ଠ ୪ଟି ଗ୍ରେଡର ପ୍ରତିଯୋଗିତାମୂଳକ ମୂଲ୍ୟ ୧୫,୧୧,୦୦୦ରୁ ୧୮,୯୯,୦୦୦ଟଙ୍କା ମଧ୍ୟରେ ରହିଛି ବୋଲି ଜଣାପଡିଛି। ଜୁଲାଇ ପ୍ରାରମ୍ଭରେ ବ୍ରାଣ୍ଡ୍‌ ନ୍ୟୁ ଏସ୍‌ୟୁଭିର ବଜାର ପ୍ରବେଶ କରାଯାଇ ଏହାର ବୁକିଂ ମଧ୍ୟ ଘୋଷଣା କରାଯାଇଥିଲା। ଟୟୋଟାର ସ୍ଥାୟୀ ମୋବିଲିଟି ଅଫର ମଧ୍ୟରୁ ଅର୍ବାନ କ୍ରୁଜର ହାଇରାଇଡର ଟୟୋଟାର ପ୍ରସିଦ୍ଧ ଗ୍ଲୋବାଲ ଏସ୍‌ୟୁଭି ଲାଇନ ସହ ବୋଲ୍‌ଡ ଏବଂ ଅତ୍ୟାଧୁନିକ ଷ୍ଟାଇଲିଂ ଓ ଉନ୍ନତ ଟେକ୍ନୋଲୋଜି ବୈଶିଷ୍ଟ୍ୟ ଦ୍ୱାରା ଗ୍ରାହକଙ୍କ ପାଇଁ ଏକ ଉପଯୁକ୍ତ ପସନ୍ଦ ପାଲଟିଛି ବୋଲି ଟୟୋଟା କିର୍ଲୋସ୍କର ମୋଟରର ବିକ୍ରୟ ଏବଂ ଷ୍ଟ୍ରାଟେଜିକ ମାର୍କେଟିଂ ଆସୋସିଏଟ ଉପାଧ୍ୟକ୍ଷ ଅତୁଲ ସୁଦ ମତବ୍ୟକ୍ତ କରିଛନ୍ତି।

Share