Categories: ଜାତୀୟ

ଦରଦାମ୍‌ ବୃଦ୍ଧି, ୫ ଅଗଷ୍ଟରେ ପ୍ରଧାନମନ୍ତ୍ରୀଙ୍କ ଆବାସ ଘେରାଉ କରିବ କଂଗ୍ରେସ…

ନୂଆଦିଲ୍ଲୀ, ୩୦।୭ : ଦରଦାମ୍‌ ବୃଦ୍ଧି ନେଇ କଂଗ୍ରେସ ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆବାସ ଘେରାଉ କରିବ। ବ୍ୟାପକ ପ୍ରଦର୍ଶନ କରିବା ସହିତ କଂଗ୍ରେସ ସଂସଦଠାରୁ ରାଷ୍ଟ୍ରପତି ଭବନ ଏବଂ ପ୍ରଧାନମନ୍ତ୍ରୀଙ୍କ ଆବାସ ଘେରାଉ କରିବ ବୋଲି ଘୋଷଣା କରିଛି। ଏଥିରେ ଦଳର ବହୁ ବରିଷ୍ଠ ନେତା ସାମିଲ ହେବେ ବୋଲି କୁହାଯାଉଛି।

ଜୁଲାଇ ୧୮ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ତେବେ ଦରଦାମ୍‌ ବୃଦ୍ଧି, ଜିଏସଟି, ବେକାରୀ ସମସ୍ୟା ଆଦି ପ୍ରସଙ୍ଗରେ ଲୋକ ସଭା ଏବଂ ରାଜ୍ୟ ସଭାରେ ବିରୋଧୀଙ୍କ ପକ୍ଷରୁ ପ୍ରବଳ ହଟ୍ଟଗୋଳ ଜାରି ରହିଛି।

Share