Categories: ଜାତୀୟ

ଦିଲ୍ଲୀରେ କମିଲା ଚିକେନ ଦାମ୍‌

ନୂଆଦିଲ୍ଲୀ,୧୧।୧: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ସଂକ୍ରମଣ ଥମି ନ ଥିବାବେଳେ ଏବେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି। ଏଠାରେ ୧୫ ପାର୍କରେ ୯୧ କାଉ ଏବଂ ୨୭ ବତକଙ୍କର ମୃତ୍ୟୁ ଘଟିଥିଲା। ୮ମୃତ ପକ୍ଷୀଙ୍କ ଠାରେ ବାର୍ଡ ଫ୍ଲୁ ଭୂତାଣୁ ଥିବା ଚିହ୍ନଟ ହୋଇଛି। ଏହାକୁ ନେଇ ରାଜଧାନୀରେ ହାଇ ଆଲର୍ଟ ଜାରି କରାଯାଇଛି। ଦିଲ୍ଲୀ ପଶୁପାଳନ ବିଭାଗ ପକ୍ଷରୁ ସମ୍ପୃକ୍ତ ପାର୍କରେ କଟକଣା ଲଗା ଯାଇଛି। ଦେଶର ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, କେରଳ, ଗୁଜରାଟ, ହରିୟାଣା, ହିମାଚଳପ୍ରଦେଶ, ରାଜସ୍ଥାନ ଆଦି ରାଜ୍ୟରେ ପୂର୍ବରୁ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇ ସାରିଛି। ଏସବୁ ରାଜ୍ୟରେ ସରକାରଙ୍କ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି। ବାର୍ଡ ଫ୍ଲୁ ଯୋଗୁ ଚିକେନ ଦାମ କମିବାରେ ଲାଗିଛି। ସପ୍ତାହେ ତଳେ ଚିକେନ ଦାମ କିଲୋ ପିଛା ୧୯୦ରୁ ୨୦୦ ଟଙ୍କା ମଧ୍ୟରେ ଥିବାବେଳେ ଏବେ ଦାମ କମି ୧୧୦ରୁ ୧୨୦ ଟଙ୍କା ମଧ୍ୟରେ ରହିଛି।

Share