କରୋନା ଟିକା ଦାମ୍‌ କମିଲା…

ନୂଆଦିଲ୍ଲୀ, ୯।୪ : ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଏବଂ ଭାରତ ବାୟୋଟେକ ପକ୍ଷରୁ କରୋନା ଟିକାର ବୁଷ୍ଟର ଡୋଜର ଦାମ୍‌ ହ୍ରାସ କରିବାକୁ ଘୋଷଣା କରାଯାଇଛି। ସେରମ୍‌ ଇନଷ୍ଟିଚ୍ୟୁଟ୍‌ର ସିଇଓ ଆଦର ପୁନାୱାଲା କହିଛନ୍ତି ଯେ ଘରୋଇ ଡାକ୍ତରଖାନା ପାଇଁ କୋଭିଡଶିଲ୍ଡ ଟିକା ଦାମ୍‌ ୬୦୦ ଟଙ୍କାରୁ ୨୨୫ ଟଙ୍କାକୁ ହ୍ରାସ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ପୂର୍ବରୁ କୋଭିଶିଲ୍ଡ ଟିକା ଦାମ୍‌ ୬୦୦ ଟଙ୍କା ଧାର୍ଯ୍ୟ କରିଥିବାବେଳେ ଭାରତ ବାୟୋଟର କୋଭାକ୍ସିନ୍‌ ଟିକା ବାମ୍‌ ୧୨୦୦ ଟଙ୍କା ଥିଲା।
ଆଦର ପୁନାୱାଲା ଏହି ବିଷୟରେ ଏକ ଟୁଇଟ କରିଛନ୍ତି, ଆମେ ଖୁସିରେ ଘୋଷଣା କରିଛୁ ଯେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ କୋଭିଶିଲ୍ଡର ଦାମ୍‌ କମାଇବାକୁ ନିଷ୍ପତ୍ତି ହୋଇଛି।

ଏଥି ସହିତ ଭାରତ ବାୟୋଟେକ ମଧ୍ୟ ଏହାର ଟିକା କୋଭାକ୍ସିନ ବୁଷ୍ଟର ଡୋଜର ଦାମ୍‌ ହ୍ରାସ କରିବାକୁ ଘୋଷଣା କରିଛି। କମ୍ପାନୀର ଯୁଗ୍ମ ନିର୍ଦ୍ଦେଶକ ସୁଚିତ୍ରା ଏଲା କହିଛନ୍ତି ଯେ ଆମେ ଘରୋଇ ଡାକ୍ତରଖାନା ପାଇଁ କୋଭାକ୍ସିନ୍‌ ଦାମ୍‌ ୧୨୦୦ ଟଙ୍କାରୁ ୨୨୫ ଟଙ୍କାକୁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛୁ।

Share