ଚାରି ମାସର ଉଚ୍ଚ ସ୍ତରରେ ସୁନା ଦାମ୍; ଇସ୍ରାଏଲ-ହମାସ ଯୁଦ୍ଧ ଏବଂ ଡଲାର ରେଟ୍ ହ୍ରାସର ପ୍ରଭାବ

ନୂଆଦିଲ୍ଲୀ, ୨୦/୧୦: ସୁନା ଏବଂ ରୁପା ଦାମରେ ଶୁକ୍ରବାର ବୃଦ୍ଧି ପରିଲକ୍ଷିତ ହୋଇଛି, ଯେତେବେଳେ କି ଗତ କାଲି ଏଥିରେ ହ୍ରାସ ଦଖିବାକୁ ମିଳିଥିଲା। ଇସ୍ରାଏଲ ହମାସ ୟୁଦ୍ଧ ମଧ୍ୟରେ ୟୁଏସ ଫେଡେରାଲ ରିଜର୍ଭ ସୁଧ ହାର ସମ୍ପର୍କିତ କଠୋର ନିଷ୍ପତି ନେଇପାରେ। ଯାହାର ପ୍ରଭାବ ଡଲାର ରେଟ୍ ଉପରେ ପଡିପାରେ। ବର୍ତ୍ତମାନ ଫେଡେରେଲ ରିଜର୍ଭ ସୁଦ୍ଧା ହାର ଉପରେ ସତର୍କ ନଜର ରଖିବ। ଆଉ ଏହାର ପ୍ରଭାବରେ ଡଲାର ମୂଲ୍ୟ ହ୍ରାସ ବୃଦ୍ଧି ହୋଇପାରେ।

କମୋଡିଟି ବଜାରରେ ଏମସିଏକ୍ସରେ ସୁନା ଗତ ଚାରି ମାସର ଅବଧି ମଧ୍ୟରେ ସର୍ବୋଚ୍ଚ ସ୍ତରରେ ରହିଛି, ସେହିଭଳି ରୁପାର ମୂଲ୍ୟ ମଧ୍ୟ ବହୁତ ବୃଦ୍ଧି ପାଇଛି। ଶୁକ୍ରବାର ସୁନା ଦାମରେ ୦.୪୬ ପ୍ରତିଶତ ଅର୍ଥାତ ୨୭୭ ଟଙ୍କା ବୃଦ୍ଧି ପାଇଛି। ପ୍ରତି ୧୦ ଗ୍ରାମକୁ ୬୦୫୯୫ ଟଙ୍କା ରହିଛି।

ସେହିଭଳି ଶୁକ୍ରବାର ରୁପାର ମୂଲ୍ୟ ବୃଦ୍ଧି ସହିତ କାରବାର ହେଉଛି। ରୁପାର ଦାମ୍ ୦.୪୦ ପ୍ରତିଶତ ଅର୍ଥାତ ୨୮୩ ଟଙ୍କା ବୃଦ୍ଧି ସହିତ ୭୧,୮୯୯ ତାଙ୍କ ପ୍ରତି କେଜି କାରବାର ହେଉଛି। ଖୁଚୁରା ବଜାରରେ ମଧ୍ୟ ସୁନା ଦରରେ ବୃଦ୍ଧି ପାଇଥିଲା ଏବଂ ଏଥିରେ ୮୨୦ ଟଙ୍କା ପର‌୍ୟ୍ୟନ୍ତ ବୃଦ୍ଧି ଦେଖିବାକୁ ମିଳିଥିଲା।

Share