ଧରାକୋଟ,୩।୧୧(ଡି.ଏନ୍.ଏ.): ଗତ ଲଗାଣ ବର୍ଷାରେ ପରିବା ଚାଷ ବ୍ୟାପକ କ୍ଷତି ହୋଇଛି। ବିଲରେ ପାଣି ଜମି ରହିବାରୁ ଗଛସବୁ ପଚି ଯାଇ ଗଛ ନଷ୍ଟ ହୋଇଯାଇଥିଲା। ଫଳ ଆରମ୍ଭରୁ ଏପରି ହେବା କାରଣରୁ ପରିବା ଚାଷ ଠପ୍ ହୋଇଥିଲା। ଯେଉଁଠି ବି ଅଳ୍ପ ଚାଷ ରହିଛି, ବଜାରରେ ଦର ଆକାଶଛୁଆଁ ହୋଇଛି। ଧରାକୋଟ ବ୍ଲକ ମୁଣ୍ଡମରାଇ, ଚରିଛକ, ଦସ୍ମାଇଲି, ମାଣିକପୁର, ବାହାରପୁର, ଢ଼ଉଗାଁ, ନନ୍ଦିଗୋର୍ ଓ ଜାହାଡା ଅଞ୍ଚଳରେ ଅଧିକାଂଶ ପରିବା ଦର ୫୦ ଉପରେ ରହିଛି। ଅଞ୍ଚଳରେ ବିନ ୮୦, ଫୁଲକୋବି ୭୦, ପୋଟଳ ୬୦, କାଙ୍କଡ଼ ୬୦, ଝୁଲଣ ୬୦, ଟମାଟୋ ୫୦, ଭେଣ୍ଡି ୫୦, ଅମୃତଭଣ୍ଡା ୪୦, କୁନ୍ଦୁରି ୪୦, ମୂଳା ୫୦, ବାଇଗଣ ୫୦ ଓ କ୍ୟାପସିକମ୍ ଦର ୧୩୦ ଟଙ୍କା ରହିଛି। ବ୍ଲକର ମୁଣ୍ଡମରାଇ, ପୁଟୁ, ନନ୍ଦିଗୋର, ଧରାକୋଟ, ସୁନାପଲି, ସିନ୍ଦୁରାପଲି, ଲଖିମପୂର୍, କୁଶରାବ, କୁଷପଡ଼ା, ବେଠୁଆର, କାନଗିରିଡି, ସୁନମୋହି, ଢ଼ଉଗାଁ, ପୋଡ଼ାପାଲି, ହୀରାଖଣ୍ଡି ଆଦି ଗ୍ରାମରେ ପରିବା ଚାଷ କରାଯାଏ। ଏଠାରୁ ଅନ୍ୟ ଅଞ୍ଚଳକୁ ପରିବା ବିକ୍ରି ପାଇଁ ପଠାଯାଉଥିବା ବେଳେ ବର୍ତ୍ତମାନ ଆଉ ଯାଉନି। ପରିବା ଦର ବୃଦ୍ଧି ପାଇଁ ଖାଉଟି ଚିନ୍ତାରେ ପଡ଼ିଛନ୍ତି।