Posted inଜାତୀୟ

ମାନ ଅଭିମାନ ଶେଷ: ରାଜସ୍ଥାନରୁ ଉଭେଇଲା ରାଜନୈତିକ ଝଡ଼

ଜୟପୁର, ୧୨।୮: ଗତ କିିଛି ଦିନ ଧରି କଂଗ୍ରେସ ଶାସିତ ରାଜସ୍ଥାନ ସରକାରଙ୍କ ଘର କଳିର ଅନ୍ତ ଘଟିଛି। ସଚିନ ପାଇଲଟ ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ମାନ ଅଭିମାନ ଶେଷରେ ଦଳର ସ୍ବାର୍ଥ ଆଗରେ ହାର ମାନିଛି। ରାଜସ୍ଥାନ ସରକାରଙ୍କ ଘର କଳି ଦିଲ୍ଲୀ ମୁହାଁ ହେବା ପରେ କଂଗ୍ରେସ ହାଇ କମାଣ୍ଡ ଅତି ଚତୁରତାର ସହିତ ଏହାର ସମାଧାନ କରିଥିଲେ। ବୁଧବାର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ଯେ, ସୃଷ୍ଟି ହୋଇଥିବା କନ୍ଦଳର ସମାପ୍ତି ହୋଇଛି। ଏହା ରାଜସ୍ଥାନ ଜନତାଙ୍କ ବିଜୟ। ସରକାରଙ୍କୁ ହଟାଇବାର ଷଡ଼ଯନ୍ତ୍ର ଫସର ଫାଟି ଯାଇଥିବା ସେ କହିଛନ୍ତି। ଏବେ ମୁଖ୍ୟମନ୍ତ୍ରୀ ସମସ୍ତ ବିଧାୟକଙ୍କୁ ଜୟସେଲମେର୍‌ରୁ ଜୟପୁର ଫେରାଇ ଆଣିବାକୁ ଯୋଜନା କରିଛନ୍ତି। ରାଜ୍ୟରେ ଗଣତନ୍ତ୍ରକୁ ଜୀବିତ ରଖିବା କାର୍ଯ୍ୟ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦଳରେ ସୃଷ୍ଟି ହୋଇଥିବା ରାଜନୈତିକ ଝଡ଼ ଉଭେଇଯିବା ପରେ କଂଗ୍ରେସର ଅବୁଝା ଫାଇଟର ପାଇଲଟ ଏବେ ଘର ମୁହାଁ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସନ କାର୍ଡର ହେଉଛି ଅପବ୍ୟବହାର, ଏହା ଏବେ ଏକ “ଲୋକପ୍ରିୟତା କାର୍ଡ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯।୩: ରାସନ କାର୍ଡଗୁଡ଼ିକ ଏକ “ଲୋକପ୍ରିୟତା କାର୍ଡ” ପାଲଟିଛି ବୋଲି କହି ସୁପ୍ରିମକୋର୍ଟ ବୁଧବାର ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ଯେ ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ...

ବରିଷ୍ଠ ନାଗରିକଙ୍କୁ ବଡ଼ କ୍ଷମତା ଦେଲେ ହାଇକୋର୍ଟ: ଦେଖାଶୁଣା ନ କଲେ ରଦ୍ଦହେବ ଦାନପତ୍ର

ନୂଆଦିଲ୍ଲୀ,୧୯ା୩: ସନ୍ତାନ ସନ୍ତତି କିମ୍ବା ନିକଟ ସମ୍ପର୍କୀୟ ଦେଖାଶୁଣା ନ କଲେ ବରିଷ୍ଠ ନାଗରିକମାନେ ପୂର୍ବ ସମ୍ପାଦିତ ଦାନପତ୍ରକୁ ରଦ୍ଦ କରିପାରିବେ। ଏପରି କି ଗିଫ୍ଟ...

Video: ହୋଲିରେ ରଙ୍ଗ ଲଗାଇବାକୁ ଡାକି ପୁରୁଣା ପ୍ରେମିକକୁ ହତ୍ୟା କେଲେ ପ୍ରେମିକା

ନୂଆଦିଲ୍ଲୀ,୧୯।୩: ହୋଲିରେ ପ୍ରେମିକଙ୍କୁ ରଙ୍ଗ ଲଗାଇବାକୁ ଡାକି ହତ୍ୟା କଲା ପ୍ରେମିକା। ନୂଆ ପ୍ରେମିକ ସହିତ ମିଶି ପୁରୁଣା ପ୍ରେମକୁ ଦେଲା କବର। ରାତି ଅଧରେ...

ADR ରିପୋର୍ଟରେ ବଡ଼ ଖୁଲାସା, ଚର୍ଚ୍ଚାରେ ଓଡ଼ିଶାର ଏହି ବିଧାୟକ

ନୂଆଦିଲ୍ଲୀ,୧୯।୩: ନିର୍ବାଚନର ସ୍ବଚ୍ଛତା ଉପରେ କାମ କରୁଥିବା ସଂଗଠନ ଆସୋସିଏସନ ଫର୍‌ ଡେମୋକ୍ରାଟିକ ରିଫର୍ମସ ଦେଶର ପ୍ରାୟ 4,092 ବିଧାୟକଙ୍କ ସମ୍ପତ୍ତି ଏବଂ ଅପରାଧିକ ରେକର୍ଡ...

କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ଅବସର ବୟସ ୬୦ ବର୍ଷରୁ ଅଧିକ ହେବ କି? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୧୯।୩: କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ବୁଧବାର କହିଛନ୍ତି ଯେ ସରକାର କର୍ମଚାରୀଙ୍କ ଅବସର ବୟସ ପରିବର୍ତ୍ତନ ପାଇଁ କୌଣସି ପ୍ରସ୍ତାବ ଉପରେ ବିଚାର...

‘ଭାରତର ଜଣେ ପ୍ରଧାନମନ୍ତ୍ରୀ ଅଛନ୍ତି ଯିଏ…’: ଏହି ପ୍ରସଙ୍ଗରେ ପୁଣି ମୋଦିଙ୍କ ପ୍ରଶଂସା କଲେ ଶଶି ଥରୁର

ନୂଆଦିଲ୍ଲୀ,୧୯।୩: କଂଗ୍ରେସ ନେତା ଶଶି ଥରୁର ମଙ୍ଗଳବାର ସ୍ୱୀକାର କରିଛନ୍ତି ଯେ ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ସମୟରେ ଭାରତର ସ୍ଥିତିକୁ ବିରୋଧ କରିବାରେ ତାଙ୍କର...

ଅପ୍ରାସଙ୍ଗିକ ଔରଙ୍ଗଜେବ: ନାଗପୁର ହିଂସା ପରେ ଆରଏସଏସ’ର ବଡ ବୟାନ

ନାଗପୁର,୧୯।୩: ଆରଏସଏସ’ର ବରିଷ୍ଠ ଅଧିକାରୀ ସୁନୀଲ ଆମ୍ବେକର କହିଛନ୍ତି ମୋଗଲ ରାଜାଙ୍କ ସମାଧିସ୍ଥଳ ନେଇ ନାଗପୁରରେ ବିବାଦ ସୃଷ୍ଟି ହୋଇଥିବା ବେଳେ ଆଜିର ଦିନରେ ଔରଙ୍ଗଜେବ...

Jioକୁ ଝଟ୍‌କା ଦେବେ ଏଲନ ମସ୍କ! ୮୦ରୁ ୯୦ଗୁଣ ଅଧିକ ରହିବ ଇଣ୍ଟରନେଟ ସ୍ପିଡ

ନୂଆଦିଲ୍ଲୀ,୧୯।୩: ଭାରତରେ ଇଣ୍ଟରନେଟ ସ୍ପିଡ ଓ କନେକ୍ଟିଭିଟି ନିରନ୍ତର ଉନ୍ନତ ହେବାରେ ଲାଗିଛି। ଏବେ ଏହି ପରିବର୍ତ୍ତନରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image