Advertisement
Categories: ଜାତୀୟ

ମାନ ଅଭିମାନ ଶେଷ: ରାଜସ୍ଥାନରୁ ଉଭେଇଲା ରାଜନୈତିକ ଝଡ଼

ଜୟପୁର, ୧୨।୮: ଗତ କିିଛି ଦିନ ଧରି କଂଗ୍ରେସ ଶାସିତ ରାଜସ୍ଥାନ ସରକାରଙ୍କ ଘର କଳିର ଅନ୍ତ ଘଟିଛି। ସଚିନ ପାଇଲଟ ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ମାନ ଅଭିମାନ ଶେଷରେ ଦଳର ସ୍ବାର୍ଥ ଆଗରେ ହାର ମାନିଛି। ରାଜସ୍ଥାନ ସରକାରଙ୍କ ଘର କଳି ଦିଲ୍ଲୀ ମୁହାଁ ହେବା ପରେ କଂଗ୍ରେସ ହାଇ କମାଣ୍ଡ ଅତି ଚତୁରତାର ସହିତ ଏହାର ସମାଧାନ କରିଥିଲେ। ବୁଧବାର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ଯେ, ସୃଷ୍ଟି ହୋଇଥିବା କନ୍ଦଳର ସମାପ୍ତି ହୋଇଛି। ଏହା ରାଜସ୍ଥାନ ଜନତାଙ୍କ ବିଜୟ। ସରକାରଙ୍କୁ ହଟାଇବାର ଷଡ଼ଯନ୍ତ୍ର ଫସର ଫାଟି ଯାଇଥିବା ସେ କହିଛନ୍ତି। ଏବେ ମୁଖ୍ୟମନ୍ତ୍ରୀ ସମସ୍ତ ବିଧାୟକଙ୍କୁ ଜୟସେଲମେର୍‌ରୁ ଜୟପୁର ଫେରାଇ ଆଣିବାକୁ ଯୋଜନା କରିଛନ୍ତି। ରାଜ୍ୟରେ ଗଣତନ୍ତ୍ରକୁ ଜୀବିତ ରଖିବା କାର୍ଯ୍ୟ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦଳରେ ସୃଷ୍ଟି ହୋଇଥିବା ରାଜନୈତିକ ଝଡ଼ ଉଭେଇଯିବା ପରେ କଂଗ୍ରେସର ଅବୁଝା ଫାଇଟର ପାଇଲଟ ଏବେ ଘର ମୁହାଁ ହୋଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share