ମନ୍ଦିରରେ ପୂଜକ କଲେ ବଳାତ୍କାର ଉଦ୍ୟମ

ପାଇକମାଲ,୩।୯(ଡି.ଏନ.ଏ): ବରଗଡ଼ ଜିଲା ପାଇକମାଲ ଦୁର୍ଗା ମନ୍ଦିର ପୂଜକ ଦିଗାମ୍ବର ଦେବତାଙ୍କ ବିରୋଧରେ ବଳାତ୍କାର ଉଦ୍ୟମ ଅଭିଯୋଗ ଆସିଛି। ଏତଲାକୁ ଭିତ୍ତି କରି ପୋଲିସ ଦଫା ୩୭୬, ୫୧୧ରେ ଏକ ମାମଲା(ନଂ.୧୬୯/୨୧) ରୁଜୁ କରି ଅଭିଯୁକ୍ତ ପୂଜକ ଦିଗାମ୍ବରଙ୍କୁ ଗିରଫ କରିଛି।

ଅଭିଯୋଗ ମୁତାବକ, ପୂଜକ ଦିଗାମ୍ବର ଜଣେ ମହିଳାଙ୍କୁ କହିଥିଲେ ତୁମର ବିଧବା ଯୋଗ ରହିଛି। ତାହାର ଉପଚାର କରିବାକୁ ମହିଳାଙ୍କୁ ମନ୍ଦିର ଡାକିଥିଲେ। ସ୍ବାମୀଙ୍କ ମଙ୍ଗଳ ପାଇଁ ମହିଳା ଜଣକ ବୁଧବାର ରାତିରେ ମନ୍ଦିରକୁ ପୂଜା କରିବାକୁ ଆସିଥିଲେ। ହେଲେ ପୂଜକ ଦିଗାମ୍ବର ମହିଳାଙ୍କୁ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଥାନା ସବ୍‌ଇନ୍ସପେକ୍ଟର ଚୁମକିପ୍ରଭା ନାଥ ମାମଲାର ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚୁରା ଚଳାଇଛି। ଶନିବାର ଅଭିଯୁକ୍ତଙ୍କୁ ପଦ୍ମପୁର କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ବିଶ୍ୱଜିତ ମନବୋଧ କହିଛନ୍ତି।