ଚର୍ଚ୍ଚରେ ପର୍ନ ଫିଲ୍ମ ଦେଖି ଧରାପଡିଲେ ପାଦ୍ରି, କର୍ମଚାରୀ

ବର୍ଲିନ୍‌,୨୦।୮: ଜର୍ମାନୀର ଏକ ଚର୍ଚ୍ଚରେ ରହୁଥିବା ପାଦ୍ରି ଏବଂ କର୍ମଚାରୀଙ୍କ ବିରୋଧରେ ଫର୍ନ ଫିଲ୍ମ ଦେଖୁଥିବା ଅଭିଯୋଗ ହୋଇଛି। କୋଲୋନ ସହରରେ ଅବସ୍ଥିତ ଏକ ଚର୍ଚ୍ଚର କମ୍ପ୍ୟୁଟରରେ ଅଶ୍ଲୀଳ ଓ୍ବେବସାଇଟ୍‌ ଖୋଲାଯାଉଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ, ଚର୍ଚ୍ଚର ପାଦ୍ରି ଏବଂ କର୍ମଚାରୀମାନେ ଅନେକ ଥର ପର୍ନ ଫିଲ୍ମ ଦେଖିବା ପାଇଁ ଚେଷ୍ଟା କରିଥିଲେ। ଏଥିରେ ଚର୍ଚ୍ଚର ମୁଖ୍ୟ ପାଦ୍ରି ମଧ୍ୟ ସାମିଲ ଥିବା ଜଣପାଡିଛି। ଏହି ଘଟଣାର ଅନୁସନ୍ଧାନ କରାଯାଉଛି।
ଗତ ବର୍ଷ ଖ୍ରୀଷ୍ଟିଆନ ଧର୍ମର ସର୍ବୋଚ୍ଚ ନେତା ପୋପ ଫ୍ରାନ୍ସିସ ଏକ ଖୁଲାସା କରିଥିଲେ। ସେ କହିଥିଲେ, ଚର୍ଚ୍ଚର ପାଦ୍ରିମାନେ ମଧ୍ୟ ପର୍ନ ଦେଖନ୍ତି। ତାଙ୍କ ବିବୃତ୍ତି ପରେ ସମଗ୍ର ବିଶ୍ୱରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟରେ ହଇଚଇ ସୃଷ୍ଟି ହୋଇଥିଲା।

Share