Categories: ଜାତୀୟ

ରାମ ଜନ୍ମଭୂମୀ ପୂଜାରୀଙ୍କୁ ମିଳିବ ସରକାରୀ ସ୍ତରର ସୁବିଧା, ଦରମା ବୃଦ୍ଧି, ଘର ସହ ମିଳିବ ଛୁଟି

ଅଯୋଧ୍ୟା,୧୩।୮: ରାମ ଜନ୍ମଭୂମୀ ପୂଜାରୀଙ୍କ ପାଇଁ ଆସୁଛି ଶୁଭ ଦିନ। ଏବେ ପୂଜାରୀ ଓ କର୍ମଚାରୀଙ୍କୁ ସରକାରୀ ସ୍ତରର ସୁବିଧା ଯୋଗାଇ ଦେବାକୁ ପ୍ରସ୍ତୁତି ଚାଲିଛି। ଶ୍ରୀ ରାମ ଜନ୍ମଭୂମୀର ମୁଖ୍ୟ ସ୍ଥପତି ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ ଶ୍ରୀ ରାମ ମଣ୍ଡଳ ଟ୍ରଷ୍ଟ ବର୍ତ୍ତମାନ ରାମଲାଲାଙ୍କ ସେବାରେ ନିଯୁକ୍ତ ପୁରୋହିତ ଏବଂ କର୍ମଚାରୀମାନଙ୍କୁ ସରକାରୀ ସ୍ତରର ସୁବିଧା ଯୋଗାଇବ।
ଟ୍ରଷ୍ଟର ଜେନେରାଲ ସେକ୍ରେଟାରୀ ଚମ୍ପତ ରାୟ ନିଶ୍ଚିତ କରିଛନ୍ତି ଯେ ପୁରୋହିତ ଏବଂ କର୍ମଚାରୀମାନଙ୍କୁ ଖୁବ ଶୀଘ୍ର ସ୍ବତନ୍ତ୍ର ସୁବିଧା ଯୋଗାଇ ଦିଆଯିବ, ଏହା ଉପରେ ଆଲୋଚନା ଚାଲିଛି। ସତ୍ୟେନ୍ଦ୍ର ଦାସ ଦାବି କରିଛନ୍ତି ଯେ ପୁରୋହିତଙ୍କ ରହିବା ଏବଂ ଚିକିତ୍ସା ସୁବିଧା ସହିତ ବର୍ତ୍ତମାନ ଆବାସିକ ଭତ୍ତା ମଧ୍ୟ ଦିଆଯିବ।

Share