ଓ୍ବାଗନର ମୁଖ୍ୟ ୟେଭେଗେନି ପ୍ରିଗୋଜିନଙ୍କ ଭାଇରାଲ ହେଉଛି ଭିଡିଓ, ପୁଟିନ୍‌ଙ୍କ ବିରୋଧରେ ପୁଣି କରିବେ ବିଦ୍ରୋହ!

ମସ୍କୋ,୨୨।୮:ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିଶ୍ୱସ୍ତ ଓ ଓ୍ବାଗନର ଗ୍ରୁପର ସେନା ମୁଖ୍ୟ ୟେଭେଗେନି ପ୍ରିଗୋଜିନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ପିଟିନଙ୍କ ସହ ବିଦ୍ରୋହ ପରେ ଏହା ତାଙ୍କ ପ୍ରଥମ ଭାଇରାଲ ଭିଡିଓ। ଭିଡିଓରେ ସେ କହୁଛନ୍ତି, ବର୍ତ୍ତମାନ ସେ ଆଫ୍ରିକାରେ ଅଛନ୍ତି ଏବଂ ଋଷ ପାଇଁ କାମ କରୁଛନ୍ତି। ତେବେ ଭିଡିଓ ସତ କି ମିଛ ଏପର୍ଯ୍ୟନ୍ତ ଜଣାପଡି ନାହିଁ।

ଏହି ଭିଡିଓଟି ଟେଲିଗ୍ରାମରେ ପୋଷ୍ଟ କରାଯାଇଛି। ଭିଡିଓରେ ପ୍ରିଗୋଜିନ ଏକ ମରୁଭୂମି ଅଞ୍ଚଳରେ ସୈନ୍ୟ ପୋଷାକ ପିନ୍ଧି ବନ୍ଧୁକ ଧରିଥିବାର ନଜର ଆସିଛନ୍ତି। ତାଙ୍କ ପଛରେ ଥିବା ଟ୍ରକରେ ସଶସ୍ତ୍ର ସୈନ୍ୟମାନେ ମଧ୍ୟ ନଜର ଆସିଛନ୍ତି। ସେ ଆଫ୍ରିକାରେ ଇସଲାମୀୟ ଆତଙ୍କବାଦୀ ଏବଂ ଅନ୍ୟ ଅପରାଧୀଙ୍କ ସନ୍ଧାନ କରୁଛନ୍ତି ବୋଲି କହିଛନ୍ତି।

Share