
ଦିଗପହଣ୍ଡି,୧୩।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ କଇଠଡା ପଞ୍ଚାୟତ ଗୁହାଳପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ଇ. ଗଣେଶ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ପରିଷଦ ସଭ୍ୟା ସଂଯୁକ୍ତା କବି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀ ସମ୍ମାନିତ ଅତିଥି ରୂପେ ମଞ୍ଚାସିନ ଥିଲେ । ସେହିପରି ସହଗୋଷ୍ଠୀ ଶିକ୍ଷାଧିକାରୀ ବିଶ୍ରବା ପାଇକ ମୁଖ୍ୟବକ୍ତା , ଅନ୍ୟତମ ସହଗୋଷ୍ଠୀ ଶିକ୍ଷାଧିକାରୀ ରସାନନ୍ଦ ଘଡେଇ , ସମିତି ସଭ୍ୟ ପ୍ରତିନିଧି ବାସୁଦେବ ରେଡ୍ଡୀ , ପାଳଝାଡି ବିଦ୍ୟାଳୟ ପ୍ରଧାନଶିକ୍ଷକ ଗଣେଶ କାର୍ଜୀ , ସିଆରସିସି ଶ୍ରୀକାନ୍ତ ସାମନ୍ତରାୟ , ନାଏବ ସରପଞ୍ଚ ଲକ୍ଷ୍ମଣ ରେଡ୍ଡୀ , ପରିଚାଳନା କମିଟି ସଭାନେତ୍ରୀ ବିଜୟଲକ୍ଷ୍ମୀ ପ୍ରଧାନ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ପରିଶେଷରେ କୃତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ସହକାରୀ ଶିକ୍ଷକ କୁରେଶୁ ଡାକୁଆ , ଶିବରାମ ପାଢ଼ୀ , ଶିକ୍ଷୟିତ୍ରୀ ସସ୍ମିତା ପଟ୍ଟନାୟକ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପରିଚାଳନା କମିଟିର ସମସ୍ତ ସଦସ୍ୟା ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ ।