ଅବ୍ୟବସ୍ଥା ଘେରରେ ପ୍ରାଥମିକ ବିଦ୍ୟାଳୟ

ରାୟଗଡ଼(ଗଜପତି)୨ା୧୧(ଜ୍ୟୋତି ପ୍ରସାଦ ପାଣି ): ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ। କୋମଳମତି ପିଲାମାନେ ଏକ ସୁସ୍ଥ ବାତାବରଣ ଓ ନିରାପଦ ଶ୍ରେଣୀ ଗୃହରେ ବସି ପାଠ ପଢି ନିଜ ବିଦ୍ୟା ଅର୍ଜନ କରନ୍ତୁ। ସେମାନେ ସ୍ମାର୍ଟ ଶ୍ରେଣୀରେ ବସି ପାଠ ପଢି ସ୍ମାର୍ଟ ହୁଅନ୍ତୁ ବୋଲି ୫-ଟି ଜରିଆରେ ଅନେକ ଶିକ୍ଷା ଅନୁଷ୍ଠାନର ଚିତ୍ର ବଦଳାଇ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ। ଛାତ୍ରୀଛାତ୍ର ବସିବାକୁ ଜାଗା ନାହିଁ, କିଏ କୋଠାରୀରେ ବସୁଛନ୍ତି ତ ଆଉ କିଏ ବାରଣ୍ଡାରେ। ସେହିପରି କିଏ ଭଙ୍ଗା କୁଡିଆରେ ବସି ପାଠ ପଢୁଛନ୍ତି । ବର୍ଷା ହେଲେ ପାଠ ପଢ଼ା ବନ୍ଦ। ଶିକ୍ଷା ବ୍ୟବସ୍ଥାର ଏଭଲି ବିକଳ ଚିତ୍ର ଗଜପତି ଜିଲା ରାୟଗଡ଼ ବ୍ଲକ ଅଧିନ ଲୋବା ପଞ୍ଚାୟତ ତାଲାସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ଦେଖିବାକୁ ମିଳିଛି। ବିଦ୍ୟାଳୟକୁ ଦେଖିଲେ ତାହା ପୁରାତନ କାଳର ମୁନି ଋଷିଙ୍କ ଆଶ୍ରମକୁ ଶିକ୍ଷା ଗ୍ରହଣ କରିବାକୁ ପିଲାମାନେ ଆସିଥିବା ଭଳି ଅନୁମାନ ହେଉଛି। ଶ୍ରେଣୀ ଗୃହ ନଥିବାରୁ ପିଲାମାନେ ଗାଁ ଲୋକଙ୍କ ଦ୍ୱାରା ନିର୍ମିିତ ଝାଟିମାଟି ଘରେ ବସି ପାଠ ପଢୁଛନ୍ତି। ଫଳରେ ଅବିଭାବକ ମହଲରେ ଅନେକ ଅସନ୍ତୋଷ ଦେଖାଦେବା ସହ ଏହି ପ୍ରକାର ବିକଳ ଚିତ୍ରରୁ ପିଲାଙ୍କୁ ମୁକ୍ତି ଦେବାକୁ ସାଧାରଣରେ ଦାବି ହେଉଛି।
ପ୍ରକାଶ ଯେ, ୧୯୫୯ରେ ତାଲାସାହି ଗ୍ରାମରେ ଏହି ପ୍ରାଥମିକ ବିଦ୍ୟାଳୟଟି ସ୍ଥାପିତ ହୋଇଛି। ଭ୍ରମରସିଂ, ତମରେଙ୍ଗ, ମାଧେପୁର ଏବଂ ତାଲାସାହି ଆଦି ଗ୍ରାମର ଛାତ୍ରୀଛାତ୍ରମାନେ ଉକ୍ତ ବିଦ୍ୟାଳୟ ଉପରେ ନିର୍ଭର କରିଥାନ୍ତି। ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ପ୍ରାୟ ୫୮ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପାଠ ପଢାଇବାକୁ ନିୟୋଜିତ ହୋଇଛନ୍ତି। ତେବେ ପିଲାମାନେ ବସି ପାଠ ପଡ଼ିବାକୁ ଗୋଟିଏ ମାତ୍ର ଶ୍ରେଣୀ ଗୃହ ରହିଛି। ଆବଶ୍ୟକ ଶ୍ରେଣୀଗୃହ ନ ଥିବାରୁ ପାଠ ପଢ଼ାରେ ବାଧା ସୃଷ୍ଟି ହେଉଛି ଓ ଦୀର୍ଘ ବର୍ଷ ହେବ ଏପରି ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର। ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ପାଞ୍ଚଟି ଶ୍ରେଣୀକୁ ଗୋଟିଏ କୋଠରୀ ଥିବା ବେଳେ ପାଠ ପଢ଼ା ପାଇଁ ଶିକ୍ଷକମାନେ ସ୍କୁଲ ବାରଣ୍ଡା ଓ ଗ୍ରାମବାସୀଙ୍କ ଦ୍ୱାରା ନିର୍ମିତ କୁଡ଼ିଆକୁ ଶ୍ରେଣୀ ଗୃହ ଭାବେ ବ୍ୟବହାର କରି ଆସୁଛନ୍ତି। ଫଳରେ ଶିକ୍ଷାରେ ଅନେକ ବାଧାପ୍ରାପ୍ତ ହୋଇଛି ଓ ଅତିରିକ୍ତ ଶ୍ରେଣୀ ଗୃହ ପାଇଁ ବହୁବାର ଜିଲାପ୍ରଶାସନ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନଙ୍କୁ ଗୁହାରି କଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବାରମ୍ବାର ଅଭିଯୋଗ ପରେ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଗ୍ରାମବାସୀ ବାଧ୍ୟହୋଇ ନିଜେ ଶ୍ରମଦାନ କରି ଏକ ଚାଳ ଛପର କୁଡିଆ ଘର ତିଆରି କରିଥିବା କହିଛନ୍ତି। ତେବେ ତୁରନ୍ତ ଉକ୍ତ ବିଦ୍ୟାଳୟରେ ଲାଗି ରହିଥିବା ସମସ୍ୟାର ସମାଧାନ କରିବା ପାଇଁ ପଦ୍ମଚରଣ ଭୂୟାଁ, ଲୋଚନ ମଣ୍ଡଳ, ବାଲାଜୀ ଗମାଙ୍ଗ, ମଞ୍ଜୁଳା ମଣ୍ଡଳ, ମମତା ଭୂୟାଁଙ୍କ ସମେତ ଅଭିଭାବକ, ଗ୍ରାମବାସୀ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକଙ୍କ ସହ ଯୋଗାଯୋଗ କରାଯିବାରୁ ଉକ୍ତ ସମସ୍ୟା ମୋ ନଜରକୁ ଆସିନାହିଁ। ଶୀଘ୍ର ସେଠାରେ ଆଉ ଏକ ଶ୍ରେଣୀ ଗୃହ ନିର୍ମାଣ କରାଯିବ ଏବଂ ଅନ୍ୟ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିଲା ସ୍କର୍ପିଓ, ଚାଲିଗଲା ୩ ଜୀବନ

କୁଆଁରମୁଣ୍ଡା,୨୬ା୪(ମହେନ୍ଦ୍ର କୁମାର ସାହୁ): ଝାଡ଼ଖଣ୍ଡ ରାଜ୍ୟ ଚତରାରେ ଶନିବାର ଏକ ସ୍କର୍ପିଓ ରାସ୍ତା ପାଶର୍‌ବରେ ଥିବା ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ସୁନ୍ଦରଗଡ଼...

କାଳବୈଶାଖୀ ତାଣ୍ଡବ: ଉପୁଡ଼ିଲା ଗଛ, ଅନ୍ଧାରରେ ଗାଁ

ନନ୍ଦପୁର,୨୫।୪(ତୁଷାରକାନ୍ତ ମହାନ୍ତି): ନବରଙ୍ଗପୁର ଜିଲା ନନ୍ଦପୁରରେ ଶନିବାର କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇ ଏକାଧିକ ଗଛ ଉପୁଡ଼ି ରାସ୍ତା ଅବରୋଧ...

ମିଳିଲାନି ମୃତ ଯୁବକଙ୍କ ପରିଚୟ, ଶବ ସତ୍କାର କଲେ ସ୍ବେଚ୍ଛାସେବୀ

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ସ୍ବେଚ୍ଛାସେବୀମାନେ ଶନିବାର ଜଣେ ଅଚିହ୍ନା ଯୁବକଙ୍କ ମୃତଦେହକୁ ସତ୍କାର କରିଛନ୍ତି । ଗତ ୨୧ତାରିଖ ବରଗଡ଼...

ନାବାଳିକାଙ୍କୁ ବଳାତ୍କାର: ଫେରାର ଅଭିଯୁକ୍ତ ଗିରଫ

ଜୟପୁର,୨୬ା୪(ପବନ ପାଣିଗ୍ରାହୀ)- ନାବାଳିକା ବଳାତ୍କାର ମାମଲାର ଫେରାର ଅଭିଯୁକ୍ତଙ୍କୁ ଶନିବାର ଜୟପୁର ମହିଳା ପୋଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ ଘେନୁ ହନ୍ତାଳ। ମିଳିଥିବା ସୂଚନା...

ମୌଳିକ ସେବା ଅପହଞ୍ଚ: ଚଟାଣରେ ଚିକିତ୍ସା, ହାତରେ ସାଲାଇନ

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ସହରାଞ୍ଚଳ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ସର୍ବନିମ୍ନ ମୌଳିକା ସୁବିଧା ସୁଯୋଗ ଅପହଞ୍ଚ ହୋଇପଡ଼ିଛି। ଏଠାରେ ଡାକ୍ତର ଅଭାବ ନିତିଦିନିଆ...

ମନ୍ଦାକିନୀଙ୍କ ଉପରେ ପୁଣି ଭରଷା କଲା କଂଗ୍ରେସ

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ସାମାଜିକ କର୍ମୀ ମନ୍ଦାକିନୀ ବାଣୁଆ ପୁଣି ଥରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦିକା ଭାବେ...

ରାସ୍ତା ଉପରେ ଟଳି ପଡିଲେ ବୃଦ୍ଧ, ଅଂଶୁଘାତ ଅଭିଯୋଗ

ଦିଗପହଣ୍ଡି,୨୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଜଗନ୍ନାଥପୁର ବସଷ୍ଟାଣ୍ଡ ଛକ ରାସ୍ତା ଉପରେ ଜଣେ ବୃଦ୍ଧ ଶନିବାର ଅପରାହ୍ନ ପ୍ରାୟ ୨ ଟାରେ...

ବାହାଘର ଭୋଜିରେ ଅଘଟଣ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର

ଫୁଲବାଣୀ,୨୬।୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଟିକାବାଲି ଥାନା ଅଧୀନ କଇଁଝର ପଞ୍ଚାୟତ କୁଟିଗଡ଼ ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image