Posted inଜାତୀୟ

ଏହି ୨ଜିଲାରେ ବନ୍ଦ ରହିବ ସମସ୍ତ ପ୍ରାଇମେରୀ ସ୍କୁଲ

ଶ୍ରୀନଗର,୮।୧୧: ଜମ୍ମୁ-କଶ୍ମୀରରେ ଖରାପ ପାଗକୁ ଦୃଷ୍ଟିରେ ରଖି ୨ଟି ଜିଲାର ସ୍କୁଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜମ୍ମୁ-କଶ୍ମୀରର ରାମବାନ ଏବଂ କିଶ୍‌ତଓ୍ବାଡା ଜିଲାରେ ବର୍ତ୍ତମାନ ପାଗ ଖରାପ ରହିଛି। ଫଳରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରାଥମିକ ଓ ମଧ୍ୟମ ବିଦ୍ୟାଳୟକୁ ବନ୍ଦ ରଖାଯାଇଛି। ଅନ୍ୟପଟେ ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲା ରହିବ। ସୂଚନାଯୋଗ୍ୟ, ଗତ କିଛି ଦିନରୁ ପାହାଡିଆ ଅଞ୍ଚଳରେ ପ୍ରବଳ ବର୍ଷା ହେବା ସହ ଅନେକ ଅଞ୍ଚଳରେ ତୁଷାରପାତ ମଧ୍ୟ ହେଉଛି। କିଶ୍‌ତଓ୍ବାଡାର ଉପର ଅଞ୍ଚଳରେ ଓ ରାମବାନର ପାହାଡିଆ ଅଞ୍ଚଳରେ ତୁଷାରର ଏକ ଧଳା ଚାଦର ପଡ଼ିଥିବା ଦେଖିବାକୁ ମିଳିଛି। ଯେତେବେଳେ ଘାଟିରେ ଅଧିକ ତୁଷାରପାତ ହୋଇଥାଏ ସେତେବେଳେ ଏହି ଦୁଇଟି ଜିଲାରେ ତୁଷାରପାତ ଯୋଗୁ ଜୀବନଯାପନ ବାଧାପ୍ରାପ୍ତ ହୋଇଥାଏ। କେବଳ ଏତିକି ନୁହେଁ ଅନେକ ରାସ୍ତାଘାଟ ବନ୍ଦ ରହିବା ସହ କେତେକ ଅଞ୍ଚଳରେ ଭୂସ୍ଖଳନ ହେବାର ମଧ୍ୟ ଆଶଙ୍କା ରହିଥାଏ। ତେଣୁ ଜିଲା ପ୍ରଶାସନ ଛୋଟ ପିଲାମାନଙ୍କୁ ଆଶ୍ୱସ୍ତି ଦେଇ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ କୋଟି ଟଙ୍କା ଦିଅ, ନଚେତ୍ ସଲମାନଙ୍କ ମୁଣ୍ଡ ଗଡିବ

ମୁମ୍ବାଇ,୩୦/୧୦: ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି। ଟ୍ରାଫିକ କଣ୍ଟ୍ରୋଲକୁ ଆସିଥିବା ଏକ ମେସେଜରେ ଜଣେ ଅଜଣା ବ୍ୟକ୍ତି ସଲମାନ...

କାନାଡା ପରେ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବ କି ଆମେରିକା: ଆସିଲା ବଡ଼ ଅପଡେଟ୍ 

ନୂଆଦିଲ୍ଲୀ/ୱାଶିଂଟନ୍,୩୦/୧୦: ଶିଖ୍ ବିଚ୍ଛିନ୍ନତାବାଦୀ ହରଦୀପ ସିଂହ ନିଜର ହତ୍ୟା ମାମଲାରେ ଭାରତ ଓ କାନାଡା ମଧ୍ୟରେ ସମ୍ପର୍କ ସବୁଠାରୁ ଖରାପ ପର୍ଯ୍ୟାୟରେ ପହଞ୍ଚିଛି। ଏଥିପାଇଁ ଉଭୟ...

ପରମାଣୁ ବୋମାର ବାଦଶାହ ହେବ ଏହି ଦେଶ: ୨୦୨୯ ସୁଦ୍ଧା ଏତିକି….

ନୂଆଦିଲ୍ଲୀ,୩୦/୧୦: ଚାଇନାର ପରମାଣୁ ଅସ୍ତ୍ର ଶସ୍ତ୍ର ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଆମେରିକୀୟ ପ୍ରତିରକ୍ଷା ଗୁଇନ୍ଦା ଏଜେନ୍ସିର ଏକ ନୂତନ ରିପୋର୍ଟ ଅନୁଯାୟୀ, ଆଗାମୀ...

୨ ଲକ୍ଷ ଟଙ୍କାର ଲେଦର ବ୍ୟାଗ୍‌ ବ୍ୟବହାରକୁ ନେଇ ମୁହଁ ଖୋଲିଲେ ଜୟା କିଶୋରୀ

କୋଲକାତା,୩୦ା୧୦:ଆଧ୍ୟାତ୍ମିକ ବକ୍ତା ଜୟା କିଶୋରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ତାଙ୍କୁ ‘ଡିଓର’ ବ୍ରାଣ୍ଡର ଏକ ଦାମୀ ଡିଜାଇନର ଲେଦର ବ୍ୟାଗ୍‌...

ରୋଗୀଙ୍କୁ ଅଚେତ୍‌ କରାଇ ବଳାତ୍କାର କଲେ ଡାକ୍ତର: ଆଉ ତା’ପରେ…

କୋଲକାତା,୩୦ା୧୦:କୋଲକାତାର ଆର୍‌.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା।...

ସରକାରଙ୍କ ବଡ଼ ଘୋଷଣା, କମିବ ପେଟ୍ରୋଲ ଦର, ଓଡ଼ିଶାର ଏହିସବୁ ଅଞ୍ଚଳକୁ ମିଳିବ ଲାଭ…

ନୂଆଦିଲ୍ଲୀ,୨୯।୧୦: କମିବ ପେଟ୍ରୋଲ ଓ ଡିଜେଲ ଦର। ଆଜି ଧନତେରାସରେ କେନ୍ଦ୍ର ସରକାର ନେଇଛନ୍ତି ଏହି ବଡ଼ ନିଷ୍ପତ୍ତି। ତେବେ ଏଥିରୁ ଲାଭ ପାଇବେ ତୈଳ...

କେବେ ଦୀପାବଳି? ମୁକ୍ତିମଣ୍ଡପର ନିଷ୍ପତ୍ତ ପରେ କାଶୀ ପଣ୍ଡିତଙ୍କ ମଧ୍ୟରେ ସୃଷ୍ଟିହେଲା ଝଡ

ନୂଆଦିଲ୍ଲୀ,୨୯।୧୦: ଦୀପାବଳି କେବେ ? ଅକ୍ଟୋବର ୩୧ କିମ୍ବା ନଭେମ୍ବର ୧? ଏହାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ଅଛନ୍ତି। କେବଳ ସାଧାରଣ ଲୋକେ ନୁହନ୍ତି, ଚଳିତ...

ହଠାତ୍‌ ଷ୍ଟେଜ ଉପରେ ଭୋ ଭୋ ହୋଇ କାନ୍ଦିଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୯।୧୦: ଆୟୁଷ୍ମାନ ଯୋଜନା ପାର୍ଟ-୨ରେ ସମସ୍ତେ ଲାଭ ନେଇ ପାରିବେ। ୭୦ ବର୍ଷରୁ ଅଧିକ ହେଲେ ବି ଆପଣଙ୍କ ସ୍ବାସ୍ଥ୍ୟ ସେବା ଦାୟିତ୍ୱ ସରକାରଙ୍କର। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri