Categories: ଜାତୀୟ

୧୦ ନଭେମ୍ବର ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ, ଷଷ୍ଠରୁ ଦ୍ୱାଦଶ ଅନଲାଇନରେ ପାଠପଢ଼ା…

ନୂଆଦିଲ୍ଲୀ,୫।୧୧ : ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ଦିଲ୍ଲୀର ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ୧୦ ନଭେମ୍ବର ପର୍ଯ୍ୟନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ବନ୍ଦ ରହିବ। ପ୍ରଦୂଷଣ ବୃଦ୍ଧି ନେଇ ଦିଲ୍ଲୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଦିଲ୍ଲୀର ଶିକ୍ଷା ମନ୍ତ୍ରୀ ମାର୍ଲେନା ଆତିଶି ଟୁଇଟରରେ ଲେଖିଛନ୍ତି ଯେହେତୁ ପ୍ରଦୂଷଣ ସ୍ତର ଅଧିକ ରହିଛି, ଦିଲ୍ଲୀର ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ନଭେମ୍ବର ୧୦ ପର୍ଯ୍ୟନ୍ତ ବନ୍ଦ ରହିବ। ବିଦ୍ୟାଳୟଗୁଡ଼ିକରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପାଇଁ ଅନଲାଇନ ପାଠପଢ଼ା କରିବାର ବିକଳ୍ପ ଦିଆଯାଇଛି ।

ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି, କେନ୍ଦ୍ର ସରକାରଙ୍କ ଆକଳନରୁ ଜଣାପଡିଛି ପଞ୍ଜାବରେ ଗତ ବର୍ଷ ତୁଳନାରେ କମ ପରାଳି ପୋଡା ଯାଇଛି। ପଞ୍ଜାବର ପରାଳି ପୋଡା ଧୂଆଁ ଦିଲ୍ଲୀରେ ପ୍ରଭାବ ପକାଇ ନ ଥାଏ। ହରିୟାଣା ଏବଂ ଉତ୍ତରପ୍ରଦେଶର ପରାଳି ଧୂଆଁ ଦିଲ୍ଲୀ ଉପରେ ଅଧିକ ପ୍ରଭାବ ପକାଇଥାଏ। ତେବେ ଏବେ ପବନର କୌଣସି ଗତିବିଧି ନାହିଁ। କେବଳ ପବନ ପ୍ରବାହିତ ହେଲେ ହିଁ ପଞ୍ଜାବର ଧୂଆଁ ଦିଲ୍ଲୀରେ ପହଞ୍ଚିବାର ଆଶଙ୍କା ରହିଛି। ବର୍ତ୍ତମାନ ଦିଲ୍ଲୀର ସବୁଆଡେ ଧୂଆଁ ବ୍ୟାପିଛି। ହରିୟାଣା ଏବଂ ଉତ୍ତରପ୍ରଦେଶର ପରାଳି ପୋଡ଼ା ଧୂଆଁ ଦିଲ୍ଲୀରେ ପହଞ୍ଚୁଛି।

 

Share