Categories: ଜାତୀୟ

ନଭେମ୍ବର ୯ରେ ଖୋଲିବ ସରକାରୀ ସ୍କୁଲ

ନୂଆଦିଲ୍ଲୀ,୭ ।୧୧: ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ନଭେମ୍ବର ୯ ବୁଧବାରଠାରୁ ପ୍ରାଇମେରୀ ସ୍କୁଲ ଖୋଲି ଦିଆଯିବ । ଏହାସହ ଏହାର ଉପର ଶ୍ରେଣୀର ଓପନ ଆକ୍ଟିଭିଟି ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଦିଆଯିବ । ହେଲେ ପାଇଭେଟ ଡିମୋଲାଇଜେଶନ ଓ ନିର୍ମାଣକାର୍ଯ୍ୟ ବନ୍ଦ ରହିବ । ସେହିପରି ବିଏସ୍‌-୩ ପେଟ୍ରୋଲ ଓ ବିଏସ୍‌-୪ ଡିଜେଲ ଗାଡି ଉପରେ ପ୍ରତିବନ୍ଧକ ଜାରି ରହିବ ।
ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି, ଗତ ଦୁଇ ଦିନ ମଧ୍ୟରେ ଦିଲ୍ଲୀ ଭିତରେ ବାୟୁ ପ୍ରଦୂଷଣ କମ୍ ହେବାରେ ଲାଗିଛି । ଦିଲ୍ଲୀରେ ଲାଗିଥିବା ଫେଜ ୪ ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି । ଟ୍ରକ ପ୍ରବେଶ ଉପରେ ଲାଗିଥିବା ପ୍ରତିବନ୍ଧକକୁ ବି ହଟାଇ ଦିଆଯାଇଛି ।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ୱାର୍କ ଫ୍ରମ ହୋମରେ ସଂଶୋଧନ କରାଯାଇ ସୋମବାରଠାରୁ ସମସ୍ତ କାର୍ଯ୍ୟାଳୟରେ ପୁରା କ୍ଷମତା ସହ ଅଫିସ କାମ ଆରମ୍ଭ କରାଯାଇଛି । ହାଇୱେ, ଫ୍ଲାଇଓଭର, ଓଭରବ୍ରିଜ, ପାଇପଲାଇନ ସହ ଜଡିତ ନିର୍ମାଣ କାର୍ଯ୍ୟ ଉପରେ ଲାଗିଥିବା ପ୍ରତିବନ୍ଧକକୁ ବି ହଟାଇ ଦିଆଯାଇଛି ।

Share