ଆନ୍ଦୋଳନରେ ପ୍ରାଥମିକ ଶିକ୍ଷକ

କୁଚିଣ୍ଡା,୧୧ା୯(ବିରଞ୍ଚତ୍ ଦର୍କା): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନର ଆହ୍ବାନ କ୍ରମେ କୁଚିଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ୩ଦଫା ଦାବିରେ ସୋମବାର କୁଚିଣ୍ଡା ବିଇଓ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି। ବ୍ଲକ ସଭାପତି ପ୍ରଶାନ୍ତ କୁମାର ଦାଶଙ୍କ ନେତୃତ୍ୱରେ ସମସ୍ତ ବର୍ଗର ୧୭୫ରୁ ଊଦ୍ଧର୍‌ବ ଶିକ୍ଷୟିତ୍ରୀ ଶିକ୍ଷକ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି।

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ୨୦୨୨ ନଭେମ୍ବର ୨୭ରେ ରାଜଧାନୀରେ ଆନ୍ଦୋଳନ କରାଯାଇଥିଲା। ତତ୍କାଳୀନ ମୁଖ୍ୟ ଶାସନ ସଚିବ ଶିକ୍ଷକ ନେତାଙ୍କ ସହ ଆଲୋଚନା କରି ପତ୍ର ସଂଖ୍ୟା-୧୦୯/୩୦ା୧୧ା୨୦୨୨ରେ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ୯ମାସ ପରେ ମଧ୍ୟ ଶିକ୍ଷକଙ୍କ ଦାବି ପୂରଣ କ୍ଷେତ୍ରରେ ସରକାର କୌଣସି ପଦକ୍ଷେପ ନେଲେ ନାହିଁ। ତେଣୁ ବ୍ଲକ ଅଧୀନ ସମସ୍ତ ବର୍ଗର ଶିକ୍ଷୟିତ୍ରୀଶିକ୍ଷକ ସାମୂହିକ ଛୁଟି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଶିକ୍ଷକଙ୍କ ଆନ୍ଦୋଳନ ଫଳରେ ସ୍କୁଲଗୁଡିକରେ ଶିକ୍ଷାଦାନ ବ୍ୟାହତ ହୋଇଛି। ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ବନ୍ଦ ନ ହେବା ପାଇଁ ଅନ୍ୟ ସ୍କୁଲରୁ ଶିକ୍ଷକ ବ୍ୟବସ୍ଥା କରାଯାଇଛି। ଶିକ୍ଷକ ସଂଘର ୩ଦଫା ଦାବି ମଧ୍ୟରେ ସରକାର ଠିକା ନିଯୁକ୍ତି ଉଚ୍ଛେଦ କରିଥିବାରୁ କାର୍ଯ୍ୟରତ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରି ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକଙ୍କୁ ନ୍ୟାଶନାଲ ଇନ୍‌କ୍ରିମେଣ୍ଟ ପ୍ରଦାନ, ସମସ୍ତ ବର୍ଗର ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ବେତନ ଏବଂ ନୂତନ ପେନ୍‌ସନ୍‌ ପ୍ରଥା ଉଚ୍ଛେଦ କରି ପୁରୁଣା ପେନ୍‌ସନ୍‌ ବ୍ୟବସ୍ଥା ପୁନଃ ପ୍ରଚଳନ ଆଦି ଦାବି କରାଯାଇଛି।

ଆନ୍ଦୋଳନ ପରିଚାଳନାରେ ଜିଲା ସଭାପତି ଲଳିତ ମୋହନ ପୃଷେଠ, ପ୍ରକାଶ ପଟେଲ, ବାନେଶ୍ୱର ପଧାନ, ହରେଷ କୁମାର ପଟେଲ, ନବୀନ ସାହୁ, ଦୁଃଖବନ୍ଧୁ ସାହୁ, ଅନିଲ ପଟେଲ, ଯୋଗିନ୍ଦ୍ର ପଟେଲ, କଲ୍ୟାଣୀ ପଟେଲ, ହେଲେରୀ ଜେମସ ପ୍ରମୁଖ ସହଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ିଲାଣି ସମୁଦ୍ର, ବିପଦରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତବାସୀ: ଏକାଠୀ ହେଲେ ୩ ଗ୍ରାମର ବାସିନ୍ଦା

ଛତ୍ରପୁର,୧୮ା୧୦ (ଦିଲ୍ଲୀପ ସାମଲ): ଜଳବାୟୁ ପରିବର୍ତ୍ତନ ହେତୁ ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘିବାରେ ଲାଗିଛି। ସମୁଦ୍ର କୂଳ ଦିନକୁ ଦିନ ଲଙ୍ଘୁଥିବାରୁ ଗଞ୍ଜାମ ଜିଲାର...

ଶ୍ରୀମନ୍ଦିରରେ ସେବାୟତଙ୍କୁ ହାଣିଲେ ଦୁର୍ବୃତ୍ତ, ରକ୍ତ ଜୁଡୁବୁଡୁ ହୋଇ…

ପୁରୀ,୧୮।୧୦: ପୁରୀରେ ପୁଣି ବୁଲିଲା ଭୁଜାଲି। କୌଣସି ସାଧାରଣ ଲୋକ ନୁହେଁ ଦୁର୍ବୃତ୍ତ ଜଣେ ସେବାୟତଙ୍କୁ ଭୁଜାଲିରେ ହାଣି ଦେଇଛନ୍ତି। ଶ୍ରୀମନ୍ଦିର ବରିଷ୍ଠ ସେବାୟତ ତଥା...

ଝାରପଡ଼ା ଜେଲ୍‌ରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮।୧୦: ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ବିଚାରାଧୀନ ବନ୍ଦୀଙ୍କୁ ପିଟିପିଟି ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ...

ଜମି ବିବାଦରୁ ଦୁଇ ପରିବାର ମଧ୍ୟରେ ସଂଘର୍ଷ: ୪ ଆହତ

ବାଲିପାଟଣା,୧୮।୧୦: ବାଲିପାଟଣା ଥାନା ଅଧୀନ ଶ୍ରୀରାମପୁର ଗାଁରେ ଶୁକ୍ରବାର ଏକ ସଂଘର୍ଷ ଘଟିଛି। ଜମି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି...

ଘରୋଇ ହସ୍ପିଟାଲ ନାଁରେ ଅଙ୍ଗ ଚୋରି ଅଭିଯୋଗ: କବରତଳୁ କଢ଼ାହେଲା ମୃତଦେବ 

କଟକ,୧୮।୧୦: କଟକର ଏକ ଘରୋଇ ହସ୍ପିଟାଲ ବିରୋଧରେ ଅଙ୍ଗ ଚୋରି ଅଭିଯୋଗ ହୋଇଛି। କନ୍ଧମାଳ ବାଲିଗୁଡାର ବାବୁଲା ଦିଗାଲଙ୍କ ଅଙ୍ଗ ଚୋରି ହୋଇଥିବା ନେଇ ତାଙ୍କ...

କଟକରେ ଭାଙ୍ଗିଲା ତୋରଣ: ଚାପି ହୋଇଗଲା କାର୍‌, ବାଇକ୍‌

କଟକ,୧୮।୧୦(ଶିଳ୍ପା ପ୍ରିୟଦର୍ଶିନୀ): କଟକ ନେତାଜୀ ବସ୍‌ ଟର୍ମିନାଲ ନିକଟରେ ଏକ ଅଘଟଣ ଘଟିଛି। ଖପୁରିଆ ଖାନନଗର ଶିଳ୍ପାଞ୍ଚଳ ପୂଜା କମିଟି ପକ୍ଷରୁ ନିର୍ମାଣ ହୋଇଥିବା ଲାଇଟ...

ହିଞ୍ଜିଳିରେ ତେଜିଲା ରାଜନୈତିକ ହିଂସା: ସମିତି ସଭ୍ୟଙ୍କୁ ମରଣାନ୍ତକ ଆକ୍ରମଣ

ହିଞ୍ଜିଳିକାଟୁ ,୧୮।୧୦(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବ୍ଲକ ତଥା ବେଲଗାଁ ଥାନା ଅନ୍ତର୍ଗତ ଦୟାପଲ୍ଲୀ ପଞ୍ଚାୟତରେ ଶୁକ୍ରବାର ରାଜନୈତିକ ହିଂସା ଦେଖା ଦେଇଛି। ସମିତି ସଭ୍ୟ ଇପିଲି...

ଛୁଟି ପରେ ଖୋଲିଲା ସ୍କୁଲ: ହେଲେ ୫ଦିନ ହେଲା ଜାରିରହିଛି ଧାରଣା, ରାସ୍ତାରେ ବସିଲେ ଛାତ୍ରୀଛାତ୍ର

କେସିଙ୍ଗା,୧୮ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବାଲସିସ୍ଥିତ ଜବାହର ଉଚ୍ଚ ବିଦ୍ୟାପୀଠ ବାଲସି(କ)ର ପୂର୍ବତନ ପ୍ରଧାନଶିକ୍ଷକ ବଂଶୀଧର ରାଉତଙ୍କୁ ଶିକ୍ଷା କମିଟି ଯୋଗଦାନ କରାଇଦେବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri