କେସିଙ୍ଗା,୧୩ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସୁରେନ୍ଦ୍ର ଦୋରା, ସମ୍ପାଦକ ସୁରେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଗଣଧାରଣା ଦିଆଯାଇଛି। ଏଥିରେ ଏନ୍ପିଏସ୍ ସଂଘ ସଭାପତି ଉଗ୍ରସେନ ସାହୁ ଓ ସଂପାଦକ ସଞ୍ଜୀବ ଭୋଇ ସାମିଲ ହୋଇ ଧାରଣା ଦେଇଥିଲେ। ବିଗତ ଦିନରୁ ପ୍ରାଥମିକ ଶିକ୍ଷକମାନଙ୍କ ପକ୍ଷରୁ ୩ ଦଫା ଦାବି ନେଇ ଅନେକ ଥର ରାଜରାସ୍ତାରେ ରାଲି ତଥା ଧାରଣା ଦିଆଯାଇ ଆସୁଥିଲେ ସୁଦ୍ଧା ସରକାର ଅଦ୍ୟାବଧି କର୍ଣ୍ଣପାତ କରିନାହାନ୍ତି। ଦିନ ପରେ ଦିନ ଗଡ଼ାଇ ଚାଲିଛନ୍ତି। ସରକାର ଶିକ୍ଷକମାନଙ୍କୁ ବାରମ୍ବାର ଉପେକ୍ଷା କରୁଥିବାରୁ ସମସ୍ତ ବିଦ୍ୟାଳୟ ବନ୍ଦ କରି ଧାରଣାରେ ବସିଥିବା କହିଛନ୍ତି ଶିକ୍ଷକଗଣ। ଯେତେ ଦିନ ଯାଏ ଦାବି ପୂରଣ ନ ହେବ ସେତେଦିନ ପର୍ଯ୍ୟନ୍ତ ଏହି ଧାରଣା ଚାଲୁ ରହିବ। ଆଜିର ଏହି କାର୍ଯ୍ୟକ୍ରମରେ ଜିଲା କୋର୍ କମିଟି ସଦସ୍ୟ ଯୋଗେଶ୍ୱର ମିଶ୍ର, ଶ୍ରୀନିବାସ ଆଚାରି ସହଯୋଗ କରିଥିଲେ। ବରିଷ୍ଠ ଶିକ୍ଷକ ବିକ୍ରମ ଦେବ ସାହୁ, କାଳିଆ ଭୋଇ, ଭିକାରୀ ଚରଣ ଗୌଡ଼ିଆ, ତପନ ଦାଶ, ସୁଶୀଲ ଦାଶ, ପ୍ରମୋଦ ମେହେର, ସୁରେନ୍ଦ୍ର ନାୟକ, ଗୋପାଳ ପ୍ରଧାନ, ପ୍ରଶାନ୍ତ ନନ୍ଦ ବାଗ, ଜ୍ୟୋତ୍ସ୍ନା ପରିଡ଼ା, ଜ୍ୟୋତି ଦୋରା, ଶୁଭସ୍ମିତା ଦlଶ, ସୁମିତ୍ରା ଦୀପ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଚନ୍ଦ୍ରଧ୍ୱଜ ନାଗ ମଞ୍ଚ ପରିଚାଳନା କରିଥିଲେ।