ପ୍ରାଥମିକ ଶିକ୍ଷକ ସଂଘ ନିର୍ବାଚନ: ନବୀନ ସଭାପତି, କୃପାସିନ୍ଧୁ ସମ୍ପାଦକ

ବରଗଡ଼ ଅଫିସ,୭।୪: ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ଅଧୀନ ବରଗଡ଼ ଜିଲା ପ୍ରାଥମିକ ଶିକ୍ଷକ ମହାସଂଘର ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ହିନ୍ଦୀ ସରକାରୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ନିର୍ବାଚନରେ ଶିକ୍ଷକ ନବୀନ କୁମାର ସାବତ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ କୃପାସିନ୍ଧୁ ଗଡ଼ତିଆ ନିର୍ବାଚିତ ହୋଇଛନ୍ତି। ସୁନନ୍ଦ କୁମାର ମିଶ୍ର ସଂଗଠନ ସମ୍ପାଦକ ଭାବେ ବିଜୟୀ ହୋଇଛନ୍ତି । ସେହିପରି ଉପସଭାପତି ଭାବେ ଗୀତାଞ୍ଜଳି ପଣ୍ଡା, ସୁଶାନ୍ତ କୁମାର ସା, ଯୁଗ୍ମ ସମ୍ପାଦକ ଭାବେ ଉଦ୍ଧବ ମହାନନ୍ଦ, ଆନନ୍ଦ ପଣ୍ଡା, ବିକାଶ ପ୍ରଧାନ, କୋଷାଧ୍ୟକ୍ଷ ଭାବେ ବଳିଷ୍ଠ ପ୍ରଧାନ, ସଂଯୋଜକ ପଦବୀରେ ତ୍ରିନାଥ ପ୍ରଧାନ ପ୍ରମୁଖ ନିର୍ବାଚିତ ହୋଇଛନ୍ତି ।

ମହାସଂଘର ରାଜ୍ୟ ଉପସଭାପତି ଅମୂଲ୍ୟ କୁମାର ଭୋଇ, ଇନ୍ଦ୍ରଜିତ ପଣ୍ଡା, ପ୍ରଶାନ୍ତ ମହାପାତ୍ର, ଦୟାସଗାର ମେହେର, ଦିଲୀପ ସୁନା ପ୍ରମୁଖ ରାଜ୍ୟ ପର୍ଯ୍ୟବେକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ଜିଲା ସମ୍ପାଦକ ପ୍ରମୋଦ ହୋତା ନବନିର୍ବାଚିତ କର୍ମକର୍ତ୍ତା, ସଦସ୍ୟମାନଙ୍କୁ ଶପଥ ପାଠ କରାଇ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ସୁଶାନ୍ତ ସା ଧନ୍ୟବାଦ ଅର୍ପଣ କରିଥିଳେ।