Categories: ଜାତୀୟ

ମୋ ମାଟି, ମୋ ଦେଶ ଅଭିଯାନ ଆରମ୍ଭ ସମ୍ପର୍କରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୩୦।୭ : ଦେଶର ଶହୀଦ ବୀର ଯବାନମାନଙ୍କ ସମ୍ମାନାର୍ଥେ ସ୍ବାଧୀନତା ଦିବସ ପୂର୍ବରୁ ରବିବାର (ଜୁଲାଇ ୩୦) ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମେରୀ ମାଟି ମେରା ଦେଶ’(ମୋ ମାଟି, ମୋ ଦେଶ) ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ପିଏମ ମୋଦି ତାଙ୍କ ରେଡିଓ କାର୍ଯ୍ୟକ୍ରମ ମନ କି ବାତରେ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଦେଶରେ ଏବେ ‘ଅମୃତ ମହୋତ୍ସବ’ ଜାରି ରହିଛି। ଅଗଷ୍ଟ ୧୫ ପାଖେଇ ଆସୁଥିବାରୁ ଦେଶରେ ଏଭଳି ଏକ ବଡ ଅଭିଯାନ ଆରମ୍ଭ ହେଉଛି ।

ଶହୀଦ ହୋଇଥିବା ସାହସୀ ବୀରମାନଙ୍କ ସମ୍ମାନାର୍ଥେ ଏକ ଅଭିଯାନ ଆରମ୍ଭ ହେବ ଏବଂ ଦେଶ ପାଇଁ ଜୀବନ ଦେଇଥିବା ବ୍ୟକ୍ତିଙ୍କ ସ୍ମୃତିରେ ସମଗ୍ର ଭାରତରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ବ୍ୟକ୍ତିତ୍ୱଙ୍କ ସ୍ମୃତିରେ ଦେଶର ଲକ୍ଷ ଲକ୍ଷ ଗ୍ରାମ ପଞ୍ଚାୟତରେ ସ୍ବତନ୍ତ୍ର ଶିଳାଲେଖ ସ୍ଥାପନ କରାଯିବ। ଏହି ଅଭିଯାନରେ ‘ଅମୃତ କଳସ ଯାତ୍ରା’ ଆୟୋଜିତ ହେବ। ଅମୃତ କଳସ ଯାତ୍ରା ଦିଲ୍ଲୀରେ ପହଞ୍ଚିବ ଏବଂ ଦେଶର ବିଭିନ୍ନ କୋଣ ଅନୁକୋଣରୁ ୭୫୦୦ଟି କଳସରେ ମାଟି ଓ ଗଛ ଚାରା ଜାତୀୟ ଯୁଦ୍ଧ ମେମୋରିଆଲ ନିକଟରେ ରଖାଯିବ।

Share