Categories: ଜାତୀୟ

ସଂସଦରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ୨୦୦୧ ଆକ୍ରମଣରେ ଶହୀଦଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୧୩।୧୨: ଆଜି ସଂସଦର ଶୀତକାଳୀନ ଅଧିବେଶନର ଅଷ୍ଟମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳେ ସଂସଦ ଗୃହରେ ପହଞ୍ଚିଛନ୍ତି। ଏଠାରେ ସେ ସଂସଦ ଉପରେ ୧୩ ଡିସେମ୍ବର ୨୦୦୧ରେ ହୋଇଥିବା ଆକ୍ରମଣରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଉପରାଷ୍ଟ୍ରପତି ଜଗଦୀପ ଧନଖର, ଲୋକ ସଭା ବାଚସ୍ପତି ଓମ ର୍ବିଲା ଏବଂ ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ପିଏ ମାମୋଦି ସଂସଦ ଗୃହରେ ହୋଇଥିବା ଆକ୍ରମଣରେ ନିହତ ହୋଇଥିବା ପରିବାରବର୍ଗଙ୍କୁ ଭେଟି ସେମାନଙ୍କୁ ସାନ୍ତ୍ୱନା ଦେଇଛନ୍ତି।

Share