Categories: ଜାତୀୟ

ପ୍ରଧାନମନ୍ତ୍ରୀ ଛୋଟ ପିଲାଙ୍କୁ ପଚାରିଲେ ମୋଦିଙ୍କୁ ଜାଣିଛ, ମିଳିଲା ଏଭଳି ଉତ୍ତର…

ନୂଆଦିଲ୍ଲୀ,୨୯।୭ : ନୂତନ ଜାତୀୟ ଶିକ୍ଷା ନୀତି (ଏନଇପି) ଆରମ୍ଭ ହେବାର ୩ ବର୍ଷ ପୂରଣ ଅବସରରେ ଆୟୋଜିତ ଅଲ ଇଣ୍ଡିଆ ଶିକ୍ଷା ସମ୍ମିଳନୀର ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଏକ ପ୍ରଦର୍ଶନୀ ପରିଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ଛୋଟ ପିଲାମାନଙ୍କ ସହ ମଧ୍ୟ କଥାବାର୍ତ୍ତା କରିଥିଲେ। ପୁରୁଣା ପ୍ରଗତି ମଇଦାନରେ ଅବସ୍ଥିତ ଭାରତ ମଣ୍ଡପରେ ଦୁଇ ଦିନିଆ ଅଲ ଇଣ୍ଡିଆ ଶିକ୍ଷା ସମ୍ମିଳନୀ ଆୟୋଜିତ ହେଉଛି।
ପ୍ରଧାନମନ୍ତ୍ରୀ ମୋଦି ଏକ ପ୍ରଦର୍ଶନୀରେ ପହଞ୍ଚିବା ମାତ୍ରେ ସେଠାରେ ଉପସ୍ଥିତ ଥିବା ଛୋଟ ପିଲାମାନେ ତାଙ୍କୁ ଦେଖି ଖୁସି ହୋଇ ଆନନ୍ଦରେ ମିଳାମିଶା କରିଥିଲେ। ସେମାନେ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଆସି ନମସ୍ତେ କହିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ପିଲାମାନଙ୍କ ସହିତ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ ଏବଂ ପିଲାମାନଙ୍କ ଦ୍ୱାରା କରାଯାଇଥିବା ଚିତ୍ରଗୁଡ଼ିକ ମଧ୍ୟ ଦେଖିଥିଲେ।

ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ପଚାରିଥିଲେ ମୋଦିଙ୍କୁ ଜାଣିଛ କି? ଉତ୍ତରରେ ପିଲାମାନେ କହିଥିଲେ, ହଁ, ଆମେ ଆପଣଙ୍କୁ ଟିଭିରେ ଦେଖିଛୁ। ମୋଦି ପିଲାମାନଙ୍କ ସହିତ କଥାବାର୍ତ୍ତା କରିଥିବାର ଭିଡ଼ିଓ ଟୁଇଟରରେ ଶେୟାର କରିଛନ୍ତି।

 

Share