Categories: ଜାତୀୟ

ଜିମ୍‌ରେ ପ୍ରଧାନମନ୍ତ୍ରୀ..

ମିରଟ, ୨।୧ : ଉତ୍ତରପ୍ରଦେଶ ମିରଟରେ ମେଜର ଧାନଚାନ୍ଦ୍‌ କ୍ରୀଡ଼ା ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ଥାନୀୟ ଏକ ସ୍ପୋର୍ଟସ କମ୍ପ୍ଲେକ୍ସ୍‌ରେ ଥିବା ଜିମ୍‌ରେ ପହଞ୍ଚି କେତେକ ବ୍ୟାୟାମ କରିଛନ୍ତି। ଏଠାରେ ଥିବା ମେସିନ୍‌ ବୁଲି ଦେଖିବା ସହିତ ଏଗୁଡ଼ିକ କିପର କାମ କରୁଛି ତାହା ପଚାରି ବୁଝିଛନ୍ତି। ବିଡ଼ି ଓ୍ବେଟ୍‌ ଲାଟ୍‌ ପୁଲ୍‌ ମେସିନ୍‌ରେ ପ୍ରଧାନମନ୍ତ୍ରୀ ବସି ବ୍ୟାୟମ ମଧ୍ୟ କରିଛନ୍ତି। ଏହି ମେସିନ୍‌ ଶରୀରର ମାଂସପେଶୀକୁ ମଜବୁତ୍‌ କରିଥାଏ ବୋଲି ଇନଷ୍ଟ୍ରକଟର କହିଥିଲେ। ପ୍ରଧାନମନ୍ତ୍ରୀ ମେସିନ୍‌ରେ ୧୫ ଥର ଅଭ୍ୟାସ କରିଥିଲେ। ପ୍ରଧାନମନ୍ତ୍ରୀ ବ୍ୟାୟାମ କରୁଥିବାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

୭୦୦କୋଟି ଟଙ୍କା ବ୍ୟୟରେ ମେଜର ଧିାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟ ନିର୍ମାଣ କରାଯାଉଛି। ଏଥିରେ ଆଧୁନିକ ସୁବିଧା ବ୍ୟବସ୍ଥା ରହିବ। ଏଠାରେ ୧୦୮୦ ଖେଳାଳିଙ୍କୁ ଏକାସାଙ୍ଗରେ ତାଲିମ ଦିଆଯାଇପାରିବ। ଆଥଲେଟିକ୍ସ ପରି ବାହ୍ୟ ଖେଳ ପାଇଁ ୨୫ରୁ ୩୦ ହଜାର ଲୋକଙ୍କ ବସିବାର ବ୍ୟବସ୍ଥା ହେବ। କୁସ୍ତି, ଖୋ-ଖୋ ଏବଂ କବାଡି ପରି କ୍ରୀଡା ପାଇଁ ୫ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ହଲ ର୍ନିମାଣ ହେବ। ବିଶ୍ୱବିଦ୍ୟାଳୟରେ ସିନ୍ଥେଟିକ ହକି ଫିଲ୍ଡ, ଫୁଟବଲ ଫିଲ୍ଡ, ବାସ୍କେଟବଲ, ଭଲିବଲ, ହ୍ୟାଣ୍ଡବଲ, ଲନ ଟେନିସ କୋର୍ଟ ଆଦି ସହିତ ଶୁଟିଂ ଏବଂ ତୀରନ୍ଦାଜ ପାଇଁ ସ୍ବତନ୍ତ୍ର ପରିସର ମଧ୍ୟ ରହିବ।, ସିନ୍ଥେଟିକ ରନିଂ ଷ୍ଟାଡିୟମ, ସୁଇମିଂ ପୁଲ ଭଳି ସୁବିଧା ଏଠାରେ ଉପଲବ୍ଧ ହେବ।

Share