ନିର୍ବାଚନ ପୂର୍ବରୁ ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀଙ୍କ ନଗ୍ନ ଷ୍ଟାଚ୍ୟୁ, ଘଟଣାର ଯାଞ୍ଚ କରୁଛି ପୋଲିସ

ଜେରୁଜେଲମ୍‌,୧୮।୩: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଏକ ନଗ୍ନ ଷ୍ଟାଚ୍ୟୁ ଅବିବ ସହରର ହାବିମା ସ୍କୋୟାରରେ ଦେଖିବାକୁ ମିଳିଛି। ଏକ ରିପୋର୍ଟ ଅନୁଯାୟୀ, କଂସାର ଏହି ମୂର୍ତ୍ତିରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବସିବା ମୁଦ୍ରାରେ ରହିଛନ୍ତି। ପୋଲିସ ଏହି ଘଟଣାର ଯାଞ୍ଚ କରୁଛି।

୫ ମିଟର ଲମ୍ବ ଏବଂ ୬ ଟନ୍‌ ଓଜନର ଏହି ଷ୍ଟାଚ୍ୟୁ ଉପରେ ‘ଇସ୍ରାଏଲ ହିରୋ’ ଲେଖାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଷ୍ଟାଚ୍ୟୁ ତିଆରି କରିଥିବା ଆର୍ଟିଷ୍ଟଙ୍କ ସମ୍ପର୍କରେ ଜଣାପଡ଼ିନାହିଁ।

ପ୍ରକାଶ ଥାଉକି, ଇସ୍ରାଏଲ ପ୍ରଧାନମନ୍ତ୍ରୀ ଆସନ୍ତା ସପ୍ତାହକ ମଧ୍ୟରେ ନିର୍ବାଚନ ହେବା ନେଇ ନିଜକୁ ପ୍ରସ୍ତୁତ କରୁଛନ୍ତି। ଏହି ସମୟରେ ଧୂସର ରଙ୍ଗର ଏକ ଷ୍ଟାଚ୍ୟୁକୁ କେହି ଜନଗହଳି ପୂର୍ଣ୍ଣ ସ୍ଥାନରେ ରଖିବା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି। ଆସନ୍ତା ୨୩ ତାରିଖରେ ଇସ୍ରାଏଲରେ ନିର୍ବାଚନ ଅନୁଷ୍ଠିତ ହେବ। ଗତ ୨ ବର୍ଷ ମଧ୍ୟରେ ଇସ୍ରାଏଲରେ ୪ର୍ଥ ଥର ନିର୍ବାଚନ ହେବାକୁ ଯାଉଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ଏହି ନିର୍ବାଚନ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ।

ତେବେ ମୁଖ୍ୟ କଥା ହେଉଛି ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଏପରି ନଗ୍ନ ଷ୍ଟାଚ୍ୟୁ କିଏ କାହିଁକି କେଉଁ ଉଦ୍ଦେଶ୍ୟ ନେଇ ସହରରେ ପ୍ରତିଷ୍ଠା କରିଛନ୍ତି ତାହା ତଦନ୍ତସାପେକ୍ଷ।

Share