ପୁରୁଷ ହକି ଦଳର ମନୋବଳ ବଢ଼ାଇଲେ ପ୍ରଧାନମନ୍ତ୍ରୀ, କହିଲେ ଖେଳାଳିଙ୍କ ପ୍ରଦର୍ଶନ ନେଇ ଗର୍ବିତ…

ନୂଆଦିଲ୍ଲୀ,୩।୮: ଅଲିମ୍ପିକ ସେମିଫାଇନାଲରେ ଭାରତୀୟ ପୁରୁଷ ହକି ଦଳ ବେଲଜିୟମଠାରୁ ପରାଜିତ ହୋଇଛି। ଫଳରେ ଦଳ ଫାଇନାଲରୁ ବାହାର ହେବା ସହିତ ଗୋଲ୍ଡ ଏବଂ ସିଲିଭର୍‌ ପଦକ ଆଶା ଧୁଳିସାତ୍‌ ହୋଇଛି। ହକିରେ ଟିମ ଇଣ୍ଡିଆର ପରାଜୟ ପରେ କୋଟି କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗି ଯାଇଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖେଳାଳିଙ୍କ ମନୋବଳ ବଢ଼ାଇବା ଲାଗି ଟୁଇଟ୍‌ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଖେଳାଳିଙ୍କ ପ୍ରଦର୍ଶନ ନେଇ ଦେଶ ଗର୍ବିତ। ହାର୍‌ ଜିତ୍‌ ଜୀବନରେ ଲାଗି ରହିଛି। ଖେଳାଳି ଭଲ ପ୍ରଦର୍ଶନ କରିଛନ୍ତି। ସୂଚନାଯୋଗ୍ୟ, ଭାରତୀୟ ପୁରୁଷ ହକି ଦଳ ଟୋକିଓ ଅଲିମ୍ପିକର ସେମିଫାଇନାଲ ମ୍ୟାଚରେ ବେଲଜିୟମ ବିପକ୍ଷରେ ୨-୫ରେ ପରାଜିତ ହୋଇଛି। ତେବେ ଭାରତୀୟ ଦଳ ବର୍ତ୍ତମାନ ବ୍ରୋଞ୍ଜ ପଦକ ପାଇଁ ଖେଳିବ। କୋଟି କୋଟି ଭାରତୀୟଙ୍କ ଆଖି ଏବେ ମହିଳା ହକି ଦଳ ଉପରେ ରହିଛି। ଭାରତୀୟ ମହିଳା ହକି ଦଳ ସେମିଫାଇନାଲ ଖେଳିବ। ଦଳର ପଦକ ଜିତିବାର ସମ୍ଭାବନା ରହିଛି।

Share