Categories: ଜାତୀୟ

ଦେଶବାସୀଙ୍କୁ ୭୪ତମ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୬।୧ : ଦେଶ ଗୁରୁବାର ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ନିଜ ଟୁଇଟର ହ୍ୟାଣ୍ଡେଲରେ ଲେଖିଛନ୍ତି, ଏଥର ଏହି ଉତ୍ସବ ମଧ୍ୟ ବିଶେଷ କାରଣ ଆମେ ସ୍ବାଧୀନତାର ଅମୃତ ମହୋତ୍ସବ ସମୟରେ ଏହାକୁ ପାଳନ କରୁଛୁ। ଦେଶର ମହାନ ସ୍ବାଧୀନତା ସଂଗ୍ରାମୀଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଆମେ ମିଳିତ ଭାବରେ ଆଗକୁ ବଢ଼ିବାକୁ ଚାହୁଁଛୁ।

Share