Categories: ଜାତୀୟ

ପ୍ରଧାନମନ୍ତ୍ରୀ ଧନଜନ ଯୋଜନା ଆକାଉଣ୍ଟ ସଂଖ୍ୟା ଟପିଲା ୫୦୦ ନିୟୁତ…

ନୂଆଦିଲ୍ଲୀ,୨୮।୮ : ଦୁନିଆର ସର୍ବବୃହତ ଆର୍ଥିକ ଅନ୍ତର୍ଭୂକ୍ତି ମିଶନ ପ୍ରଧାନ ମନ୍ତ୍ରୀ ଜନ-ଧନ ଯୋଜନାର ଆକାଉଣ୍ଟ ସଂଖ୍ୟା ସୋମବାର ୫୦୦ ମିଲିୟନ ଅତିକ୍ରମ କରିଛି। ଯୋଜନା ଆରମ୍ଭ ହେବାର ନଅ ବର୍ଷ ପରେ ଏଥିରେ ୨ ଲକ୍ଷ କୋଟିରୁ ଅଧିକ ଜମା ଏବଂ ମହିଳାଙ୍କର ୫.୫ ପ୍ରତିଶତ ବ୍ୟାଙ୍କ ଆକାଉଣ୍ଟ ରହିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ସୂଚନା ପ୍ରଦାନ କରିଛନ୍ତି।

ହିତାଧିକାରୀ, ବ୍ୟାଙ୍କ, ବୀମା କମ୍ପାନୀ ଏବଂ ସରକାରୀ କର୍ମଚାରୀଙ୍କ ମିଳିତ ପ୍ରୟାସରେ ଏହି ଯୋଜନା ଏକ ପ୍ରମୁଖ ପଦକ୍ଷେପ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ଦେଶରେ ଆର୍ଥିକ ଅନ୍ତର୍ଭୂକ୍ତିର ଦୃଶ୍ୟକୁ ବଦଳାଇ ଏକ ପ୍ରମୁଖ ପଦକ୍ଷେପ ଭାବରେ ଛିଡା ହୋଇଛି ବୋଲି ସୀତାରମଣ କହିଛନ୍ତି।

ଏହାର ବ୍ୟବହାର କରି ସରକାର ସବସିଡି କିମ୍ବା ସାମାଜିକ ସୁବିଧା ସିଧାସଳଖ ଗରିବଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରୁଛନ୍ତି।

 

Share