Categories: ଜାତୀୟ

ସର୍ବଦଳୀୟ ବୈଠକରେ ଯୋଗ ଦେଲେନି ପ୍ରଧାନମନ୍ତ୍ରୀ, ଏଏପି କଲା ବହିଷ୍କାର…

ନୂଆଦିଲ୍ଲୀ,୨୮।୧୧: ସୋମବାର ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରବିବାର ଡକାଯାଇଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକରେ ଯୋଗଦେଇ ନାହାନ୍ତି।

କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ, ଆଧୀର ରଞ୍ଜନ ଚୌଧୁରୀ, ଆନନ୍ଦ ଶର୍ମା, ତୃଣମୂଳ କଂଗ୍ରେସର ସୁଦୀପ ବାନାର୍ଜୀ, ଡେରେକ ଓ’ବ୍ରାଇନ, ଡିଏମକେର ଟିଆର ବାଲୁ, ଟି ଶିବା ଏବଂ ଏନସିପିର ଶରଦ ପାୱାର ବୈଠକରେ ଯୋଗ ଦେଇଥିଲେ।

ବୈଠକରେ ସରକାରଙ୍କ ସମ୍ମୁଖରେ ତୃଣମୂଳ କଂଗ୍ରେସ ପକ୍ଷରୁ ୧୦ଟି ପ୍ରସଙ୍ଗ ଉଠିଥିଲା। ସେସବୁ ପ୍ରସଙ୍ଗଗୁଡ଼ିକ ହେଉଛି ବେକାରୀ, ଇନ୍ଧନ ମୂଲ୍ୟ ଏବଂ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି, ଆଇନରେ ଏମଏସପି ଅନ୍ତର୍ଭୂକ୍ତ କରିବା, ଲାଭଜନକ ପିଏସ୍‌ୟୁ ଗୁଡ଼ିକରେ ନିବେଶକୁ ବନ୍ଦ କରିବା, ବିଏସଏଫର ଅଧିକାର କ୍ଷେତ୍ର, ପେଗାସସ ପ୍ରସଙ୍ଗ, କରୋନା ପରିସ୍ଥିତି, ମହିଳା ସଂରକ୍ଷଣ ବିଲ ଏବଂ ଡୁ ନୋଟ୍‌ ବୁଲଡୋଜ ବିଲ ଆଦି।

ଆମ ଆଦମୀ ପାର୍ଟି (ଏଏପି)ର ଏମ୍‌ପି ସଞ୍ଜୟ ସିଂ ସର୍ବଦଳୀୟ ବୈଠକକୁ ବହିଷ୍କାର କରି ନିଜ ସ୍ଥାନରୁ ଉଠି ପଳାଇଥିଲେ। ସଞ୍ଜୟ ସିଂ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ସର୍ବସମ୍ମତ ସଂସଦରେ କିମ୍ବା ସର୍ବଦଳୀୟ ବୈଠକରେ କିଛି କହିବାକୁ ଦିଆଯାଉ ନାହିଁ। ସଞ୍ଜୟ ସିଂ କହିଛନ୍ତି ଯେ ସର୍ବଦଳୀୟ ବୈଠକରେ ସରକାର ତାଙ୍କୁ କଥା ହେବାକୁ ଦେଇନାହାଁନ୍ତି। ସେ କହିଛନ୍ତି ଯେ ସେ ଏମଏସପି ଗ୍ୟାରେଣ୍ଟି ଆଇନକୁ ଆଣିବା ଏବଂ ବିଏସଏଫ ପ୍ରାଧିକରଣର ପ୍ରସଙ୍ଗକୁ ସଂସଦ ଅଧିବେଶନରେ ଆଣିବା ପ୍ରସଙ୍ଗ ଉଠାଇଛନ୍ତି। ମାତ୍ର ତାଙ୍କୁ ସର୍ବଦଳୀୟ ବୈଠକରେ କହିବାକୁ ଅନୁମତି ଦିଆଯାଇ ନାହିଁ।

ସଂସଦର ଶୀତକାଳୀନ ଅଧିବେଶନ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଚର୍ଚ୍ଚା ହେଉଛି। ସରକାର ତିନି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ପାଇଁ ଏକ ବିଲ ଆଗତ କରିବେ ବୋଲି ଆଶା କରାଯାଉଛି। ଏହି ବିଲ ଉପରେ ସପକ୍ଷରେ ତଥା ବିରୋଧର ଆଲୋଚନା ହୋଇପାରେ। ଏହି ଆଇନ ପ୍ରତ୍ୟାହାର ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିବାକୁ ଚେଷ୍ଟା କରୁଥିବାବେଳେ ବିରୋଧୀଦଳ ଉଠାଇଥିବା ପ୍ରସଙ୍ଗଗୁଡ଼ିକର ସନ୍ତୁଳିତ ଉତ୍ତର ଦେବା ସରକାରଙ୍କ ପକ୍ଷରୁ ଏକ ପ୍ରୟାସ ହେବ।
ସଂସଦର ଏହି ଅଧିବେଶନରେ ବିରୋଧୀମାନେ ପେଗାସସ ସ୍ପାଏୱେୟାର ସହିତ ଫୋନ ଟ୍ୟାପ ପ୍ରସଙ୍ଗ ମଧ୍ୟ ଉଠାଇବା ଲାଗି ଯୋଜନା କରିଛନ୍ତି।

Share