Categories: ଜାତୀୟ

୭୧ ହଜାର ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ, ବର୍ଷକରେ ୧୦ ଲକ୍ଷ ନିଯୁକ୍ତି ଲକ୍ଷ୍ୟ…

ନୂଆଦିଲ୍ଲୀ,୧୬।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୭୧ ହଜାର ଯୁବବର୍ଗଙ୍କୁ ସରକାରୀ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଏକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନବ ନିଯୁକ୍ତ ପ୍ରାର୍ଥୀଙ୍କୁ ମଧ୍ୟ ସମ୍ବୋଧିତ କରିଛନ୍ତି। ଏହି ’ନିଯୁକ୍ତି ମେଳା’ ଦେଶର ୪୫ ଟି ସ୍ଥାନରେ ଆୟୋଜିତ ହୋଇଥିଲା। ଏହି ଯୋଜନା ଅଧୀନରେ କେନ୍ଦ୍ର ତଥା ରାଜ୍ୟ ସରକାରରେ ନିଯୁକ୍ତି ଦିଆଯାଉଛି। ଗ୍ରାମ ସେବକ, ଇନ୍ସପେକ୍ଟର, କିରାଣୀ, ବିଭାଗୀୟ ଅଧିକାରୀ, ସବ-ଡିଭିଜନାଲ ଅଫିସର, ଟ୍ୟାକ୍ସ ଆସିଷ୍ଟାଣ୍ଟ, ଶିକ୍ଷକ, ପ୍ରଧାନଶିକ୍ଷକ ଏବଂ ରେଜିଷ୍ଟ୍ରାରଙ୍କ ସମେତ ବିଭିନ୍ନ ପଦବୀ ନିଯୁକ୍ତ କରାଯାଇଛି।

 

ଏନେଇ ଜାରି ହୋଇଥିବା ଭିଡିଓରେ କୁହାଯାଇଛି ଗତ ୯ ବର୍ଷର ମୋଦିଙ୍କ କାର୍ଯ୍ୟକାଳ ଦେଶର ସାମଗ୍ରିକ ବିକାଶର ଏକ ଉଦାହରଣ। ଏହି ସମୟ ମଧ୍ୟରେ ଦେଶରେ ଦ୍ରୁତ ଭିତ୍ତିଭୂମି ନିର୍ମାଣ କରାଯାଇଛି ଏବଂ ଗରୀବ ଲୋକଙ୍କ କଲ୍ୟାଣ ପାଇଁ ସ୍ଥିର ଉଦ୍ୟମ କରାଯାଇଛି। ଏହା ସହିତ ଉଦ୍ୟୋଗୀତା, ରୋଜଗାର ଏବଂ ଆତ୍ମନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି ହୋଇଛି। ଯୁବପିଢ଼ିଙ୍କ ସାମର୍ଥ୍ୟରୁ ଦେଶ ଉପକୃତ ହେବା ଉଚିତ ଏବଂ ପରିଶ୍ରମୀ ଶ୍ରମିକମାନେ ଦେଶର ବିକାଶରେ ସହଯୋଗ କରିବା ଉଚିତ। ଏହି ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଗୋଟିଏ ବର୍ଷରେ ୧୦ ଲକ୍ଷ ଲୋକଙ୍କୁ ସରକାରୀ ଚାକିରୀ ଯୋଗାଇଦେବା ପାଇଁ ଏକ ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

Share