Categories: ଜାତୀୟ

ତେଜସ ବିମାନ ଉଡାଇଲେ ପ୍ରଧାନମନ୍ତ୍ରୀ…

ବେଙ୍ଗାଲୁରୁ,୨୫।୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସକାଳେ ବେଙ୍ଗାଲୁରୁରେ ତେଜସ ଯୁଦ୍ଧ ବିମାନ ଉଡ଼ାଣ କରିଥିଲେ। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ମୋଦି ବେଙ୍ଗାଲୁରୁର ୟେଲାହଙ୍କା ଏୟାରବେସରେ ପହଞ୍ଚିଥିଲେ। ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ଦ୍ୱାରା ତେଜସ ପ୍ରସ୍ତୁତ କରାଯାଇଛି। ଏହା ଏକ ଡବଲ ସିଟର ସ୍ବଦେଶୀ ହାଲୁକା ଯୁଦ୍ଧ ବିମାନ। ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ୨ ଟି ସ୍କ୍ବାଡ୍ରନ ବାୟୁସେନାରେ ଭର୍ତ୍ତି କରାଯାଇଛି।

ଯୁଦ୍ଧ ବିମାନ ଉଡ଼ାଇବା ପରେ ପିଏମ ମୋଦି କହିଛନ୍ତି ଏହି ଅଭିଜ୍ଞତା ଅବିଶ୍ୱସନୀୟ ଭାବରେ ସମୃଦ୍ଧ ହୋଇଛି, ଯାହା ଆମ ଦେଶର ସ୍ବଦେଶୀ ଦକ୍ଷତା ଉପରେ ମୋର ଆତ୍ମବିଶ୍ୱାସକୁ ବହୁଗୁଣିତ କରିଛି। ଆମ ଭିତରେ ଆମର ଜାତୀୟ ସାମର୍ଥ୍ୟ ବିଷୟରେ ନବୀକରଣ ହୋଇଥିବା ଗର୍ବ ଏବଂ ଆଶାବାଦୀ ଭାବନା ସୃଷ୍ଟି ହୋଇଛି।

 

Share