Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କ ଫଲୋଅର୍ସ ସଂଖ୍ୟା ୭ କୋଟି…

ନୂଆଦିଲ୍ଲୀ,୨୯।୭: ଟୁଇଟର ଯୋଗୁ ସୋସିଆଲ୍‌ ମିଡ଼ିଆରେ ସମଗ୍ର ବିଶ୍ୱର ଲୋକ ଏକାଠି ହୋଇପାରିଛନ୍ତି। ଏହା କେବଳ ଧାରଣା ଆଦାନ ପ୍ରଦାନ ପାଇଁ ଏକ ପ୍ଲାଟଫର୍ମ ହୋଇନାହିଁ ବରଂ ବାସ୍ତବ ସମୟରେ ସୂଚନା ପ୍ରସାରଣ କରିବା କ୍ଷେତ୍ରରେ ସବୁଠାରୁ ଶକ୍ତିଶାଳୀ ମାଧ୍ୟମ ପାଲଟିଛି। ଖ୍ୟାତି ସମ୍ପନ୍ନ ବ୍ୟକ୍ତିତ୍ୱ ଟୁଇଟରରେ ନିଜ ନିଜର ବାର୍ତ୍ତା ଦେଇଥାନ୍ତି। ଏହି କାରଣରୁ ଲୋକମାନେ ସରକାରୀ ସୂଚନା ପାଇଁ ଟୁଇଟରରେ ବଡ ବଡ ପଦାଧିକାରୀ ବ୍ୟକ୍ତିତ୍ୱଙ୍କୁ ଫଲୋ କରିଥାନ୍ତି। ମୋଦି କେବଳ ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନୁହଁନ୍ତି, ଟୁଇଟରରେ ତାଙ୍କର ସର୍ବାଧିକ ପ୍ରଶଂସକ ମଧ୍ୟ ଅଛନ୍ତି। ଟୁଇଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଫଲୋଅର୍ସ ସର୍ବାଧିକ ରହିଛନ୍ତି। ତାଲିକାରେ ପ୍ରଧାନମନ୍ତ୍ରୀଙ୍କ ନାମ ପ୍ରଥମ ସ୍ଥାନରେ ରହିଛି। ଦେଶ ତଥା ବିଦେଶର ୭ କୋଟି ଲୋକ ଟୁଇଟରରେ ମୋଦିଙ୍କୁ ଫଲୋ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସ୍ଥାନ ଦ୍ୱିତୀୟରେ ରହିଛି। ତାଙ୍କର ଫଲୋଅର୍ସ ସଂଖ୍ୟା ୪.୫୮ କୋଟି ରହିଛି। ଯାହାକି ପ୍ରଧାନମନ୍ତ୍ରୀଙ୍କ ତୁଳନାରେ ପ୍ରାୟ ୨.୫ କୋଟି କମ।

ତାଲିକାର ତୃତୀୟ ସ୍ଥାନରେ କୌଣସି ବ୍ୟକ୍ତି ବିଶେଷ ନାହାନ୍ତି। ଏହି ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ରହିଛି। ପିଏମ୍‌ଓର ଫଲୋଅର୍ସ ସଂଖ୍ୟା ୪.୩୨ କୋଟି ରହିଛି।

ଏହା ପରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ନାମ ରହିଛି। ବିରାଟଙ୍କ ଫଲୋଅର୍ସ ସଂଖ୍ୟା ୪.୩୦ କୋଟି ରହିଛି।

କାହାର କେତେ ଫଲୋଅର୍ସ

ନରେନ୍ଦ୍ର ମୋଦି- ୭ କୋଟି
ଅମିତାଭ ବଚ୍ଚନ- ୪.୫୮ କୋଟି
ପିଏମ୍‌ଓ-୪.୩୨ କୋଟି
ବିରାଟ କୋହଲି- ୪.୩୦ କୋଟି
ସଲମାନ ଖାଁ- ୪.୨୬ କୋଟି
ଶାହାରୁଖ ଖାଁ- ୪.୧୮ କୋଟି
ଅକ୍ଷୟ କୁମାର-୪.୧୭ କୋଟି
ସଚିନ ତେନ୍ଦୁଲକର- ୩.୫୭ କୋଟି
ହ୍ରିତିକ ରୋଶନ- ୩.୫୦ କୋଟି
ଦୀପିକା ପାଦୁକୋନ- ୨.୭୬ କୋଟି
ପ୍ରିୟଙ୍କା ଚୋପ୍ରା- ୨.୭୨ କୋଟି


Enter your email to get our daily news in your inbox.

All Right Reserved By Dharitri.Com

କୋଲକାତା ବଳାତ୍କାର-ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ କଳାଧନ୍ଦା!

କୋଲକାତା,୨୨।୯: ଅଭୟା ନାଁ ଦିଆଯାଇଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ କୋଲକାତାର ଆର.ଜି କର ମେଡିକାଲରେ ମିଳିଥିଲା। ଯାହକେ ନେଇ ସାରା ଦେଶରେ ଲାଗି...

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା...

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି।...

ଖୁସି ଖବର: ନୀତୀଶ ଦେବେ ବଡ ଉପହାର

ପାଟନା,୨୨।୯: ବିହାରର ଯୁବବର୍ଗଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି । ବିହାର ସରକାରଙ୍କ ପୋଲିସ ବିଭାଗରେ ସେବା କରିବାକୁ ଚାହୁଁଥିବା ଯୁବକମାନେ...

କଂଗ୍ରେସରେ କାଷ୍ଟିଂ କାଉଚ! ଚେହେରା ଦେଖି ଦିଆଯାଉଛି ଟିକେଟ, ମହିଳା ନେତାଙ୍କ ଅଭିଯୋଗ ପରେ ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୨।୯: ହରିୟାଣା ନିର୍ବାଚନରେ କଂଗ୍ରେସ ଚେହେରା ଆଧାରରେ ଟିକେଟ ବଣ୍ଟନ କରିଥିବା ଅଭିଯୋଗ ହୋଇଛି ଏବଂ ଏହି ଅଭିଯୋଗ ନିଜେ ଦଳର ମହିଳା ନେତାଙ୍କ ବ୍ୟତୀତ...

ନାଇଡୁଙ୍କ ଉପରେ ଦୋଷ ଲଦି ତିରୁପତି ଲଡୁ ବିବାଦକୁ ନେଇ ମୋଦିଙ୍କୁ ଚିଠି ଲେଖିଲେ ଜଗନ ରେଡ୍ଡୀ

ତିରୁପତି,୨୨।୯: ତିରୁପତି ଲଡୁ ବିବାଦକୁ ନେଇ ସମଗ୍ର ଦେଶରେ ଉତ୍ତେଜନା ଦେଖାଦେଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ଦାବି କରିଛନ୍ତି ଯେ ଲଡୁ ପ୍ରସାଦରେ ପଶୁ...

କଂଗ୍ରେସର ହାର୍ଟବିଟ ବଢାଉଛି ଶୈଳଜାଙ୍କ ନିରବତା

ନୂଆଦିଲ୍ଲୀ,୨୨।୯: ହରିୟାଣାରେ ବିଧାନସଭା ନିର୍ବାଚନର ଉତ୍ସାହ ଜୋରସୋରରେ ଚାଲିଛି, କିନ୍ତୁ ଏହି ନିର୍ବାଚନ ଶବ୍ଦ ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା କୁମାରୀ ଶୈଳଜାଙ୍କ ନିରବତା ଅନେକ...

ହିନ୍ଦୁମାନଙ୍କ ଭାବନା ସହ ଖେଳାଯାଇଛି, ରବିଶଙ୍କର କହିଲେ କେବଳ ଲଡୁ ନୁହେଁ…

ହାଇଦ୍ରାବାଦ,୨୨ା୯: ତିରୁପତି ବାଲାଜୀଙ୍କ ଲଡୁକୁ ନେଇ ତୁଟୁନି ବିବାଦ। ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କର। ୧୮୫୭ ସିପାହୀ ବିଦ୍ରୋହ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri