Categories: ଜାତୀୟ

୧୦୦ କୋଟି ଟିକା ଲକ୍ଷ୍ୟ ହାସଲ ପାଇଁ ପ୍ରଧାନମନ୍ତ୍ରୀ ହେଲେ ସମ୍ମାନୀତ…

ନୂଆଦିଲ୍ଲୀ,୭।୧୧: ରାଜଧାନୀ ନୂଆଦିଲ୍ଲୀ ମ୍ୟୁନିସିପାଲିଟି ପରିଷଦ (ଏନଡିଏମସି) ର ସମ୍ମିଳନୀ କକ୍ଷରେ ଭାଜପାର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେଉଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାନ୍ତ୍ରୀ ରାଜନାଥ ସିଂ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନ୍ୟ ନେତା ଯୋଗ ଦେଇଛନ୍ତି।

ଏଲ.କେ ଆଡଓ୍ବାଣି ଏବଂ ମୂରଲୀ ମନୋହର ଯୋଶୀ ପ୍ରମୁଖ ବରିଷ୍ଠ ନେତା ଭର୍ଚୁଆଲ ମାଧ୍ୟମରେ ବୈଠକରେ ଯୋଗ ଦେଇଛନ୍ତି। ଦେଶରେ ସାର୍ବଜନୀକ ଟିକାକରଣ ଅଭିଯାନରେ ୧୦୦ କୋଟି ଟିକାକରଣ ଲକ୍ଷ୍ୟ ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନିତ କରାଯାଇଛିି।

ଲୋକସଭା ଏବଂ ବିଧାନସଭା ଉପ-ନିର୍ବାଚନରେ ବିଫଳତା ପରେ ଆସନ୍ତା ବର୍ଷ ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନର ରଣନୀତି ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ଗଭୀର ଭାବରେ ଆଲୋଚନା ହେବ। ଏଥିରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ମନ୍ତ୍ରୀ ମୁଖତାର୍‌ ଅବ୍ବାସ ନାକଭୀ, କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର, ହରଦୀପ୍‌ ସିଂ ପୁରୀ, ପୂର୍ବତନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ, କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ପ୍ରମୁଖ ଯୋଗ ଦେଇଛନ୍ତି।

ଦୁଇ ବର୍ଷ ପରେ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେଉଛି। କରୋନା ସଂକ୍ରମଣ ଯୋଗୁୁ ୨୦୧୯ ପରେ ଏହି ବୈଠକ ଅନୁଷ୍ଠିତ ହୋଇପାରି ନ ଥିଲା।

Share