Categories: ଜାତୀୟ

ବିଶ୍ୱ ଦୁଗ୍ଧ ସମ୍ମିଳନୀର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ…

ଗ୍ରେଟର ନୋଏଡା, ୧୨।୯ : ଭାରତୀୟ ଏକ୍ସପୋ ମାର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ଦୁଗ୍ଧ ସମ୍ମିଳନୀର ଶୁଭାରମ୍ଭ କରିଛନ୍ତି। ଗ୍ରେଟର ନୋଏଡା ଏକ୍ସପୋ ସେଣ୍ଟରରେ ଦୁଗ୍ଧ ପ୍ରଦର୍ଶନୀ ବୁଲି ପ୍ରଧାନମନ୍ତ୍ରୀ ଦେଖିଛନ୍ତି। ୪୮ ବର୍ଷ ପରେ ଭାରତରେ ଦୁଗ୍ଧ ସମ୍ମିଳନୀ ଅନୁଷ୍ଠିତ ହେଉଛି ।

ଏହା ପୂର୍ବରୁ ୧୯୭୪ ରେ ମଧ୍ୟ ଦେଶ ପକ୍ଷରୁ ବିଶ୍ୱ ଦୁଗ୍ଧ କଂଗ୍ରେସ ଆୟୋଜନ କରାଯାଇଥିଲା। ତାପରେ ଦୁଗ୍ଧରେ ଆତ୍ମନିର୍ଭରଶୀଳ ହେବାର ଲକ୍ଷ୍ୟ ସ୍ଥିର ହୋଇଥିଲା। ଦେଶ ଏଥିରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏହି ସମ୍ମିଳନୀରେ ପୁଷ୍ଟିକର ଖାଦ୍ୟ ଏବଂ ଜୀବିକା ପାଇଁ ଦୁଗ୍ଧର ଆବଶ୍ୟକତା ବିଷୟ ଉପରେ ଆଲୋଚନା ହେବ। ସମ୍ମିଳନୀରେ ୫୦ ଟି ଦେଶରୁ ୧୪୩୩ରୁ ଅଧିକ ପ୍ରତିନିଧୀ ଅଂଶଗ୍ରହଣ କରିଛନ୍ତି।

ସେପ୍ଟେମ୍ବର ୧୨ ରୁ ୧୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମିଳନୀରେ ପୁଷ୍ଟିକର ଖାଦ୍ୟ ଏବଂ ଜୀବିକା ପାଇଁ ଦୁଗ୍ଧ ଶିଳ୍ପ ଉପରେ ୨୪ ଟି ଅଧିବେଶନ ହେବ। ଏଥିରେ ୯୧ ବିଦେଶୀ ଏବଂ ୬୫ ଜଣ ଭାରତୀୟ ବିଶେଷଜ୍ଞ ଦୁଗ୍ଧ ଶିଳ୍ପର ନବସୃଜନ ଏବଂ ବିକାଶ ଉପରେ ବିଚାର କରିବେ। ଏହା ସହିତ ତିନୋଟି ଯାନ୍ତ୍ରିକ ଅଧିବେଶନ ହେବ।

ସମ୍ମିଳନୀ ପାଇଁ ୧୧ ଟି ହଲ ପ୍ରସ୍ତୁତ କରାଯାଇଛି। ଏଥିମଧ୍ୟରୁ ତିନୋଟି ପ୍ରଦର୍ଶନୀ ହେଉଛି। ଦୁଗ୍ଧ ଶିଳ୍ପରେ ବ୍ୟବହୃତ ଟେକ୍ନୋଲୋଜି ପ୍ରଦର୍ଶନୀରେ ଉପସ୍ଥାପିତ ହେବ। ସମସ୍ତ ହଲ ଗୁଡିକ ଭାରତୀୟ ଗାଈ ଏବଂ ବଳଦ ପ୍ରଜାତିର ନାମରେ ନାମିତ ହାଇଛି। ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀକୁ ସମ୍ବୋଧିତ କରୁଥିବା ହଲର ନାମକୁ ଗୁଜରାଟର ପ୍ରସିଦ୍ଧ ଗାଈ ଗୀର୍‌ ନାମରେ ନାମିତ ହୋଇଛି।

ସମ୍ମିଳନୀରେ ୮୦୦ ରୁ ଅଧିକ ଦୁଗ୍ଧ ଚାଷୀ ଅଂଶଗ୍ରହଣ କରିଛନ୍ତି। ଭାରତୀୟ ଶ୍ୱେତ ବିପ୍ଳବର ଇତିହାସ ଏବଂ ସାମ୍ପ୍ରତିକ ପରିସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ଏକ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇଛି। ଏହି ଅବସରରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ।

 

Share