ଆଜି ପୁଣି ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ୧୯।୫(ଅସମାପିକା ସାହୁ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରବିବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚତ୍ ରାଜଭବନରେ ରହିବେ। ୨୦ ତାରିଖ ସକାଳେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ସକାଳ ୮ଟାରେ ବଡ଼ଦାଣ୍ଡରେ ରୋଡ ଶୋ’ କରିବେ। ତା’ପରେ ଅନୁଗୋଳ ଗସ୍ତ କରି ସକାଳ ୯ଟା ୩୦ରେ ନିର୍ବାଚନୀ ସଭାରେ ଯୋଗଦେବେ। ପୂର୍ବାହ୍ନ ସାଢ଼େ ୧୧ଟାରେ କଟକରେ ଜନ ସମାବେଶକୁ ଉଦ୍‌ବୋଧନ ଦେବେ। ଅନ୍ୟପକ୍ଷରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା ୨୧ ତାରିଖରେ ପୁଣି ଓଡ଼ିଶା ଆସିବେ। ସେହିଦିନ ସେ ୪ଟି ସ୍ଥାନରେ ସଭା କରିବେ। ଓଡ଼ିଶାରେ ପହଞ୍ଚତ୍ବା ପରେ ଶାହା ପ୍ରଥମେ ସମ୍ବଲପୁରରେ ବିଶାଳ ଜନସଭାକୁ ସମ୍ବୋଧନ କରିବେ। ଏହାପରେ କେନ୍ଦୁଝର, ପର୍ଜଙ୍ଗ ଓ ନୟାଗଡ଼ ସଭାରେ ଯୋଗଦେବେ ବୋଲି ଭାଜପା ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

Share