ଅଟଓ୍ବା,୬।୧: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଇସ୍ତଫା ନେଇ ବହୁଦିନ ଧରି ଚର୍ଚ୍ଚା ଲାଗି ରହିଛି। ତେବେ ସଦ୍ୟତମ ଅପଡେଟରୁ ସୂଚନା ମିଳିଛି କି, ଟ୍ରୁଡୋ ଆଜି ଇସ୍ତଫା ଦେଇପାରନ୍ତି। ଲିବୋରାଲ ପାର୍ଟି ଲିଡ୍ରୁ ଇସ୍ତଫା ଦେଇପାରନ୍ତି ଟ୍ରୁଡୋ। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଟ୍ରୁଡୋ ବୁଧବାର ଅନୁଷ୍ଠିତ ହେବାକୁ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ଲିବୋରାଲ ପାର୍ଟିର ନେତା ପଦରୁ ଇସ୍ତଫା ଦେବେ।
ଟ୍ରୁଡୋ ଇସ୍ତଫା ଦେବା ନେଇ ଆନ୍ତର୍ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି। ରିପୋର୍ଟ ଅନୁଯାୟୀ, ଜାତୀୟ କକସ ବୈଠକରେ ସେ ଇସ୍ତଫା ନେଇ ଘୋଷଣା କରିପାରନ୍ତି। କହିରଖୁଛୁ କି, ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବରେ ର୍ନିବାଚିତ ହେବା ପରେ ଟ୍ରୁଡୋଙ୍କ ଉପରେ ଚାପ ବି ଚାଲିଛି। ଟ୍ରମ୍ପ ତାଙ୍କୁ ନିରନ୍ତର ଟାର୍ଗେଟ କରୁଛନ୍ତି।