Categories: ଜାତୀୟ

୭ ନୂଆ ପ୍ରତିରକ୍ଷା କମ୍ପାନୀର ଶୁଭାରମ୍ଭ କଲେ ମୋଦି, ତିଆରି ହେବ ଫାଇଟର ପ୍ଲେନଠାରୁ ପିସ୍ତଲ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୧୫ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୭ଟି ନୂଆ ପ୍ରତିରକ୍ଷା କମ୍ପାନୀର ଶୁଭାରମ୍ଭ କରିଛନ୍ତି । ଦେଶକୁ ସଶକ୍ତ କରିବା ପାଇଁ ଏହା ଏକ ପ୍ରୟାସ ବୋଲି ମୋଦି କହିଛନ୍ତି । ମୋଦି କହିଛନ୍ତି ସମୟ ସହିତ ପ୍ରତିରକ୍ଷା କ୍ଷେତ୍ରରେ ଦେଶ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ଥିଲା । କମ୍ପାନୀ ଗୁଡିକ ସମୟାନୁସାରେ ଅପଗ୍ରେଡ ହୋଇ ନ ଥିଲା । ମୋଦି ଆହୁରି ମଧ୍ୟ କହିଛନ୍ତି ୪୧ଟି ଅର୍ଡନାନ୍ସ ଫ୍ୟାକ୍ଟ୍ରି ବା କାରଖାନାକୁ ନବିକରଣ କରିବାର ନିଷ୍ପତ୍ତି, ୭ଟି ନୂଆ କମ୍ପାନୀର ଶୁଭାରମ୍ଭ ଦେଶର ଏହି ସଂକଳ୍ପ ଯାତ୍ରାର ଏକ ଅଂଶ । ଏହି ନିର୍ଣ୍ଣୟ ଗତ ୧୫-୨୦ ବର୍ଷ ହେବ ଝୁଲି ରହିଥିଲା । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ମୋର ବିଶ୍ୱାସ ରହିଛି ଯେ ଏହି ୭ଟି ନୂଆ କମ୍ପାନୀ ଆଗାମୀ ଦିନରେ ଦେଶର ସାମରିକ ଶକ୍ତିର ଏକ ପ୍ରମୁଖ ଆଧାର ହେବ । ଚଳିତ ବର୍ଷ ଦେଶ ତା’ର ୭୫ତମ ସ୍ୱାଧିନତା ଦିବସ ପାଳନ କରିଛି । ସ୍ୱାଧିନତାର ଏହି ଶୁଭ ମୁହୂର୍ତ୍ତରେ ଦେଶ ଏକ ନୂଆ ଭବିଷ୍ୟତ ନିର୍ମାଣ କରିବାକୁ ସଂକଳ୍ପ ନେଉଛି । ଯେଉଁକାମ ଦଶକ ଦଶକ ଧରି ପଡି ରହିଥିଲା ଏହାକୁ ଏବେ ପୂରଣ କରାଯାଇଛି । ମୋଦି କହିଛନ୍ତି ବିଶ୍ୱ ଯୁଦ୍ଧ ସମୟରେ ଭାରତର ଅର୍ଡନାନ୍ସ ଫ୍ୟାକ୍ଟୟିର ଦମ ବିଶ୍ୱ ଦେଖି ସାରିଛି । ଆମ ପାଖରେ ସବୁଠାରୁ ଭଲ ସଂସାଧନ ଥିଲା । ୱାର୍ଲଡ କ୍ଲାସ ସ୍କିଲ ବି ଥିଲା । ସ୍ୱାଧିନତା ପରେ ଏହା ଆବଶ୍ୟକ ଥିଲା ଫ୍ୟାକ୍ଟ୍ରିକୁ ଅପଗ୍ରେଡ କରିବାର ।

Share