ଟ୍ରେନ୍‌ ଦୁର୍ଘଟଣା: ବାଲେଶ୍ୱର ଡାକ୍ତରଖାନାରେ ରୋଗୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ବାଲେଶ୍ୱର ଅଫିସ,୩ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସନ୍ଧ୍ୟାରେ ବାଲେଶ୍ବର ଜିଲା ମୁଖ୍ୟ ଡାକ୍ତରଖାନାରେ ଟ୍ରେନ୍‌ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଲୋକଙ୍କୁ ଭେଟିଛନ୍ତି। ଆହତ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

ପ୍ରଧାନମନ୍ତ୍ରୀ ବାଲେଶ୍ବର ଜିଲା ବାହାନଗା ନିକଟରେ ଶୁକ୍ରବାର ଘଟିଥିବା ଟ୍ରେନ୍‌ ଦୁର୍ଘଟଣାସ୍ଥଳରେ ଶନିବାର ଅପରାହ୍ନରେ ଆସି ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରୁ ସ୍ବତନ୍ତ୍ର ବିମାନରେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନିପୁର ଜିଲା କଲାଇକୁଣ୍ଡା ଏୟାର ଫୋର୍ସ ଷ୍ଟେଶନରେ ପହଞ୍ଚିଥିଲେ। ସେଠାରୁ ସେ ଏକ ବାୟୁସେନାର ହେଲିକପ୍ଟର ଯୋଗେ ବାହାନଗାରେ ପହଞ୍ଚି ଦୁର୍ଘଟଣାସ୍ଥଳର ସ୍ଥିତି ଅନୁଧ୍ୟାନ କରିବା ପରେ ବାଲେଶ୍ୱର ଜିଲା ହସ୍ପିଟାଲରେ ପହଞ୍ଚିଥିଲେ।

Share