Posted inଜାତୀୟ

ଖାର୍ଗେଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୯।୧୦: ହିମାଚଳ ପ୍ରଦେଶ ଏବଂ ଗୁଜରାଟରେ ହେବାକୁ ଥିବା ନିର୍ବାଚନ ମଧ୍ୟରେ ବୁଧବାର କଂଗ୍ରେସର ନୂତନ ସଭାପତି ନିର୍ବାଚିତ ହୋଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ମଲ୍ଲିକାର୍ଜୁନ ଖାର୍ଗେ ଶଶି ଥରୁରଙ୍କୁ ବିପୁଳ ବ୍ୟବଧାନରେ ପରାସ୍ତ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖାର୍ଗେଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି ଲେଖିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ଭାବରେ ତାଙ୍କର ନୂତନ ଦାୟିତ୍ୱ ପାଇଁ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ମୋର ଶୁଭେଚ୍ଛା। ତାଙ୍କର ଭବିଷ୍ୟତ କାର୍ଯ୍ୟକାଳ ଫଳପ୍ରଦ ହେଉ।
୧୭ ଅକ୍ଟୋବରରେ କଂଗ୍ରେସ ସଭାପତି ପଦ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା। ଏହି ର୍ନିବାଚନରେ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ହୋଇଥିଲା। ବୁଧବାର ଚନ ଫଳାଫଳ ପ୍ରକାଶ ପାଇଛି। ଖାର୍ଗେ ୭୮୯୭ ଖଣ୍ଡ ଭୋଟ ପାଇଥିବାବେଳେ ଶଶି ଥରୁର ମାତ୍ର ୧୦୭୨ ଖଣ୍ଡ ଭୋଟ ପାଇଛନ୍ତି। ୨୪ ବର୍ଷ ପରେ ପ୍ରଥମ ଥର ପାଇଁ ଗାନ୍ଧୀ ପରିବାର ବାହାରୁ ଖାର୍ଗେ କଂଗ୍ରେସର ନେତୃତ୍ୱ ନେବେ। ଏହାପୂର୍ବରୁ ସୀତାରାମ କେସରୀ ଅଣଗାନ୍ଧୀ ନେତା ଭାବେ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘନୀଭୂତ ହେଲା ବାଣିଜ୍ୟ ଯୁଦ୍ଧ: ଆମେରିକୀୟ ସାମଗ୍ରୀ ଉପରେ ଶୁଳ୍କ ୧୨୫%କୁ ବୃଦ୍ଧି କଲା ଚାଇନା

ବେଜିଂ,୧୧।୪: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବିଶାଳ ଶୁଳ୍କ ପ୍ରତିଜବାବରେ ଚାଇନା ଆମେରିକୀୟ ଉତ୍ପାଦ ଉପରେ ୧୨୫ ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେଇଛି।...

ବାପ, ପୁଅଙ୍କ ଆକ୍ରମଣରେ ବୃଦ୍ଧ ଆହତ: ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମର ନରସିଂହ ଦୋରା ନାମକ ଜଣେ ବୃଦ୍ଧଙ୍କୁ ତାଙ୍କ ପଡୋଶୀ ଏସ.କାମୁ ଦୋରା ଏବଂ ତାଙ୍କ ପୁଅ...

ବିଦ୍ୟାଳୟ ପରିଦର୍ଶନ କଲେ ବ୍ଲକ ଅଧ୍ୟକ୍ଷ, ଶ୍ରେଣୀ ଗୃହର ଅଭାବ ହେବ ଦୂର

କେସିଙ୍ଗା,୧୧।୪(ତୁମେଶର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ କସୃପଡାସ୍ଥିତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟକୁ ବ୍ଲକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି ଶୁକ୍ରବାର ପରିଦର୍ଶନ କରି...

ତହଉରଙ୍କୁ ଭାରତ ଅଣାଯିବା ପରେ ମୋଦିଙ୍କ ୧୪ ବର୍ଷ ପୁରୁଣା ଟୁଇଟ୍‌ ଭାଇରାଲ୍‌: ଜାଣନ୍ତୁ କ’ଣ ଲେଖିଥିଲେ

ନୂଆଦିଲ୍ଲୀ,୧୧।୪: ୨୬/୧୧ ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତହଉର ହୁସେନ ରାଣାକୁ ଆମେରିକାରୁ ଭାରତ ଅଣାଯିବା ପରେ, ୨୦୧୧ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ପୁରୁଣା...

ଭୁବନେଶ୍ୱରରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଭୁବନେଶ୍ୱର,୧୧।୪: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ନଡ୍ଡା ରାଜ୍ୟରେ ଆୟୁଷ୍ମାନ ଭାରତ...

ପାରିବାରିକ କଳହରୁ ଡିନାମାଇଟ ଲଗାଇ ଘର ଉଡାଇ ଦେଇଥିଲେ ସ୍ୱାମୀ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କୁଶପଡା ଗ୍ରାମ କାଳିଞ୍ଜୀ ସାହିରେ ବୁଧବାର ଅପରାହ୍ନରେ ଡିନାମାଇଟ ଦ୍ଵାରା ଘର ବିସ୍ଫୋରଣ ଘଟଣାରେ ଅଭିଯୁକ୍ତଙ୍କୁ ତଦନ୍ତକାରୀ...

ତରଭୁଜ ବୋଝେଇ ଟ୍ରକରୁ ମିଳିଲା ୧୪୦ କେଜି ଗଞ୍ଜେଇ: ମାଷ୍ଟରମାଇଣ୍ଡ ହୋମ୍‌ଗାର୍ଡ ଗିରଫ

ବାଉଁଶୁଣୀ,୧୧।୪: ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ମାଷ୍ଟରମାଇଣ୍ଡ ମନମୁଣ୍ଡା ଥାନା ହୋମଗାର୍ଡ ସମାରୁ ସେଠୀଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ସହ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ...

ରାଜ୍ୟ ସରକାରୀ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୪(ସୁନିତ ମିଶ୍ର): ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଦୁଇ ପ୍ରତିଶତ ବୃଦ୍ଧି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image