ନୂଆଦିଲ୍ଲୀ/ବାଲେଶ୍ବର,୧୧।୩(ମାନସ ବିଶ୍ୱାଳ): ଡିଆର୍ଡିଓର ‘ମିଶନ ଦିବ୍ୟାସ୍ତ୍ର’ର ସଫଳ ପରୀକ୍ଷଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି, ଡିଆର୍ଡିଓ ବୈଜ୍ଞାନିକମାନଙ୍କ ‘ମିଶନ ଦିବ୍ୟାସ୍ତ୍ର’ ପାଇଁ ସେ ଗର୍ବିତ । ଏହି ମିଶନ ଅଧୀନରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅଗ୍ନି-୫ କ୍ଷେପଣାସ୍ତ୍ରର ପ୍ରଥମ ଉଡ଼ାଣ ପରୀକ୍ଷଣ କରାଯାଇଛି, ଯାହାକି ମଲ୍ଟିପଲ୍ ଇଣ୍ଡିପେଣ୍ଡେଣ୍ଟଲି ଟାର୍ଗେଟେବୁଲ ରି-ଏଣ୍ଟ୍ରି ଭେଇକିଲ୍ ଉନ୍ନତ ଜ୍ଞାନକୌଶଳ ସହ ସ୍ବଦେଶୀ ଭାବେ ବିକଶିତ କରାଯାଇଛି ।
ଓଡ଼ିଶାର ବାଲେଶ୍ବର ଜିଲାରେ ଅବସ୍ଥିତ ଅବଦୁଲ କଲାମ ଦ୍ୱୀପରେ ଅଗ୍ନି-୫ର ସଫଳ ପରୀକ୍ଷଣ କରାଯାଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରୁଥିବା ଅନ୍ତର୍ଦେଶୀୟ ବାଲାଷ୍ଟିକ ମିଜାଇଲର ୨୫ତମ ଭର୍ସନର ପରୀକ୍ଷା କରାଯାଇଛି। ଏହାର ଲକ୍ଷ୍ୟଭେଦ କ୍ଷମତା ୫ ହଜାର କିମି ରହିଛି। ଏହା ସହିତ ୧୫ଟନ୍ ଓଜନର ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି।