Categories: ଜାତୀୟ

ଫଳାଫଳ ଆସିବା ପୂର୍ବରୁ ଆକ୍ସନ୍‌ ମୁଡ୍‌ରେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୨।୬: ଲୋକ ସଭା ନିର୍ବାଚନର ୭ଟି ପର୍ଯ୍ୟାୟ ପାଇଁ ଭୋଟ ଶେଷ ହେବା ପରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦି ଆକ୍ସନ୍‌ ମୁଡ୍‌ରେ ନଜର ଆସିଛନ୍ତି। ରବିବାର ନୂଆଦିଲ୍ଲୀର ଲୋକ କଲ୍ୟାଣ ମାର୍ଗରେ ଥିବା ତାଙ୍କ ବାସଭବନରେ ବାତ୍ୟା ରେମାଲର ପ୍ରଭାବ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଭାବିତ ରାଜ୍ୟ ଉପରେ ବାତ୍ୟାର ପ୍ରଭାବ ସମ୍ପର୍କରେ ଅବଗତ କରାଯାଇଥିଲା।
ମିଜୋରାମ, ଆସାମ, ମଣିପୁର, ମେଘାଳୟ ଏବଂ ତ୍ରିପୁରାରେ ଭୂସ୍ଖଳନ ଓ ବନ୍ୟା ଯୋଗୁ ଘର ଓ ସମ୍ପତ୍ତି ନଷ୍ଟ ହେବା ବିଷୟରେ ପ୍ରଧାନମନ୍ତ୍ରୀ ମୋଦି ଆଲୋଚନା କରିଛନ୍ତି।
ଏହି ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,ଏହି ବାତ୍ୟା ଦ୍ୱାରା ପ୍ରଭାବିତ ରାଜ୍ୟମାନଙ୍କୁ ଭାରତ ସରକାର ସମ୍ପୂର୍ଣ୍ଣ ସହାୟତା ଯୋଗାଇ ଦେବେ। ପରିସ୍ଥିତିକୁ ତଦାରଖ କରିବା ଏବଂ ପୁନରୁଦ୍ଧାର ପାଇଁ ଆବଶ୍ୟକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଗୃହ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି।

Share