Posted inଜାତୀୟ

ବିଶ୍ୱର ସର୍ବବୃହତ ‘ଗଙ୍ଗା ବିଳାସ କ୍ରୁଜ୍‌’ ଉଦ୍‌ଘାଟନ କଲେ ମୋଦି

ବାରାଣସୀ,୧୩।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀ-ଦିବ୍ରୁଗଡ ମଧ୍ୟରେ ଯାତ୍ରା କରୁଥିବା ବିଶ୍ୱର ସର୍ବବୃହତ ରିଭର କ୍ରୁଜ୍‌ ଏମଭି ଗଙ୍ଗା ବିଳାସକୁ ଶୁକ୍ରାବର ଭର୍ଚୁଆଲ ଭାବେ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଏସ ସୋନୋୱାଲ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଅଛନ୍ତି। ଭର୍ଚୁଆଲ ଇଭେଣ୍ଟରେ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଏବଂ ଆସାମ ମୁଖ୍ୟମନ୍ତ୍ରୀ ଏଚବି ସରମା ଯୋଗ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ ପରେ କହିଛନ୍ତି, ‘ରିଭର କ୍ରୁଜ ଗଙ୍ଗା ବିଳାସ’ ଆରମ୍ଭ କରାଯାଇଛି। ଗଙ୍ଗା ନଦୀ କେବଳ ଆମ ପାଇଁ ଏକ ଜଳଧାରା ନୁହେଁ, ବରଂ ପ୍ରାଚୀନ କାଳରୁ ତପ-ତପସ୍ବୀଙ୍କ ସାକ୍ଷୀ ରହିଆସିଛି। ଗଙ୍ଗା ସ୍ଥିତିକୁ ପରିବର୍ତ୍ତନ କରିବା ଆବଶ୍ୟକ ଥିଲା ଏବଂ ଆମେ ନୂତନ ଚିନ୍ତାଧାରା ସହିତ କାମ କରିବା ଆରମ୍ଭ କରିଥିଲୁ। ଗୋଟିଏ ପଟେ ନମାମି ଗଙ୍ଗା ମାଧ୍ୟମରେ ଗଙ୍ଗାର ସ୍ବଚ୍ଛତା ପାଇଁ କାମ କରିଥିଲୁ। ଏହି କ୍ରୁଜ ୟୁପି, ବିହାର, ଆସାମ, ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଗସ୍ତ ସମୟରେ ସମସ୍ତ ପ୍ରକାର ସୁବିଧା ଯୋଗାଇବ। ପ୍ରଥମ ଯାତ୍ରା ଆରମ୍ଭ କରିବାକୁ ଯାଉଥିବା ସମସ୍ତ ବିଦେଶୀ ପର୍ଯ୍ୟଟକଙ୍କୁ ମୁଁ ବିଶେଷ ଅଭିନନ୍ଦନ ଜଣାଉଛି।
‘ଏମ୍‌ଭି ଗଙ୍ଗା ବିଲାସ’ କ୍ରୁଜରେ ୩୬ ପର୍ଯ୍ୟଟକ ଯିବାର କ୍ଷମତା ରହିଛି। କ୍ରୁଜରେ ପଞ୍ଚତାରକା ହୋଟେଲ ଭଳି ସୁବିଧା ରହିଛି। ଏଥିରେ ଜିମ, ସ୍ପା ସେଣ୍ଟର୍‌, ଲାଇବ୍ରେରୀ ଏବଂ ଅନ୍ୟାନ୍ୟ ଜିନିଷ ଅଛି। ଏହି କ୍ରୁଜ୍‌ ଭାରତରେ ନିର୍ମାଣ କରାଯାଇଛି। ଏହି ଅତ୍ୟାଧୁନିକ ଜାହାଜର ଲମ୍ବ ୬୨ ମିଟର, ଚଉ ୧୨ ମିଟର ଓ ଉଚ୍ଚତା ୯ ମିଟର ରହିଛି। ଏହା ୫୧ ଦିନରେ ୩,୨୦୦ କିମି ଯାତ୍ରା କରିପାରିବ। ପ୍ରଥମ ଦଫାରେ ୩୨ ଜଣ ସ୍ବିଜରଲାଣ୍ଡ ପର୍ଯ୍ୟଟକ ଏହି କ୍ରୁଜରେ ଯାତ୍ରା କରିବେ। ଏହା ବାଂଲାଦେଶ ଦେଇ ଆସାମର ଦିବ୍ରୁଗଡରେ ପହଞ୍ଚିବ।


Enter your email to get our daily news in your inbox.

All Right Reserved By Dharitri.Com

ଜେନେଭାରେ ନିଲାମ ହେବ ଭାରତର ଦୁର୍ଲଭ ହୀରା

ଜେନେଭା, ୧୪।୪:ଭାରତର ରାଜକୀୟ ଐତିହ୍ୟକୁ ଦର୍ଶାଉଥିବା ବିରଳ ‘ଦି ଗୋଲକୋଣ୍ଡା ବ୍ଲ୍ୟୁ’ ହୀରାର ନିଲାମ ହେବାକୁ ଯାଉଛି। ଆସନ୍ତା ମେ ୧୪ରେ ସୁଇଜରଲାଣ୍ଡର ଜେନେଭାସ୍ଥିତ ‘କ୍ରିଷ୍ଟିଜ୍‌...

୪୮ ହଜାର ଟଙ୍କାରୁ ଅଧିକ ବିଦ୍ୟୁତ ବିଲ ଆସୁଥିଲେ କଟିଯିବ ପେନସନ

ଜୟପୁର,୧୪।୪: ରାଜସ୍ଥାନ ସରକାର ଏକ ବଡ଼ ଏବଂ ବହୁଚର୍ଚ୍ଚିତ ନିଷ୍ପତ୍ତି ନେବାକୁ ଯାଉଛନ୍ତି, ଯାହା ଦ୍ୱାରା ହଜାର ହଜାର ପେନସନଭୋଗୀଙ୍କ ନିଦ ହଜାଇପାରେ। ଏବେ ବାର୍ଷିକ...

ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ

ନୂଆପଡ଼ା,୧୪ା୪ (ମକାରୁ ବେମାଲ) ଓଡ଼ିଆ ପକ୍ଷ ପାଳନର ସୋମବାର ଶେଷ ଦିନରେ ନୂଆପଡା ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସୋମବାର ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ...

ବି. ଆର୍‌. ଆମ୍ବେଡକରଙ୍କ ଜୟନ୍ତୀ ପାଳିତ

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଉନ ହଲରେ ସୋମବାର ସନ୍ଧ୍ୟାରେ ଭାରତ ରତ୍ନ ବାବା ସାହେବ ଡ. ଭୀମରାଓ ଆମ୍ବେଡକରଙ୍କ  ଜୟନ୍ତୀ ପାଳିତ ହୋଇଯାଇଛି।...

ହନୁମାନ ଜୟନ୍ତୀରେ ଖଣ୍ଡା ବୁଲାଇଲେ ବିଧାୟକ: ଚାରିଆଡ଼େ ଚର୍ଚ୍ଚା

ବରଗଡ଼, ୧୪।୪(ପ୍ରେମାନନ୍ଦ ଖମାରୀ): ସୋମବାର ସନ୍ଧ୍ୟାରେ ବରଗଡ଼ ସହରରେ ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ହୋଇଥିଲା। ସ୍ଥାନୀୟ ସମଲେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ବାହାରି...

ହନୁମାନ ଓ କରମସାନି ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ସୁକୁଡା ଗ୍ରାମରେ ନବର୍ନିମିତ ହନୁମାନ ମନ୍ଦିର ଓ କରମସାନି ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ହୋଇଛି।...

ଶିଶୁ ସାହିତ୍ୟ ସଂସଦର କବିତା ପାଠୋତ୍ସବ

ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଭାରତୀ ଶିଶୁ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଓଡ଼ିଶାର ବରପୁତ୍ରମାନଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଏକ କବିତା ପାଠୋତ୍ସବ...

ଏଣିକି ନିଜ ଲଢ଼େଇ ଲଢ଼ିବେ ଛାତ୍ରୀ

ବରଗଡ଼, ୧୪।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ପଞ୍ଚାୟତ ମହାବିଦ୍ୟାଳୟରେ ୮ଦିନ ବ୍ୟାପୀ ଚାଲିଥିବା ଛାତ୍ରୀମାନଙ୍କ ନିମିତ୍ତ ଉଦ୍ଦିଷ୍ଟ ଆତ୍ମରକ୍ଷା ତାଲିମ ଶିବିର  ଉଦ୍‌ଯାପିତ ହୋଇଯାଇଛି। ପ୍ରଶିକ୍ଷିକା ଜ୍ୟୋତ୍ସ୍ନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image