ରୁଷିଆ ମାଟିରୁ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

ମସ୍କୋ,୨୨।୧୦: ବ୍ରିକ୍ସ ସମ୍ମିଳନୀ ୨୦୨୪ରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୁଷିଆର କଜାନରେ ପହଞ୍ଚିଛନ୍ତି। କଜାନରେ ପହଞ୍ଚିବା ପରେ ରୁଷୀୟ କଳାକାରମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୃଷ୍ଣ ଭଜନ ଗାଇ ସ୍ବାଗତ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସହିତ ସାକ୍ଷାତ କରିଛନ୍ତି। ଏଭୟ ପରସ୍ପରକୁ ଦେଖିବା ମାତ୍ରେ କୋଳାଗ୍ରତ କରିଥିଲେ। ଏହି ସମୟରେ ମୋଦି ଏକ ବଡ଼ ଘୋଷଣା କରିଥିଲେ। କଜାନରେ ଭାରତର ଏକ ନୂତନ ଦୂତାବାସ ଖୋଲାଯିବ ବୋଲି କହିଥିଲେ।

ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ତୁମର ବନ୍ଧୁତା, ଭବ୍ୟ ସ୍ବାଗତ ଏବଂ ଆତିଥ୍ୟ ପାଇଁ ମୁଁ ମୋର ହୃଦୟରୁ କୃତଜ୍ଞାତା ଜଣାଉଛି। ଏହି ସହର ସହିତ ଭାରତର ଗଭୀର ଏବଂ ଐତିହାସିକ ସମ୍ପର୍କ ରହିଛି ଏବଂ କଜାନରେ ଭାରତର ଏକ ନୂତନ ଦୂତାବାସ ଖୋଲାଯିବ। ଏହାଦ୍ୱାରା ଏହି ସମ୍ପର୍କ ଆହୁରି ମଜଭୁତ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି ମଧ୍ୟ କହିଛନ୍ତି, ଗତ ତିନି ମାସ ମଧ୍ୟରେ ରୁଷିଆ ଗସ୍ତରେ ଆସିଥିବା ମୋର ଦୁଇ ଗସ୍ତ ଆମର ଘନିଷ୍ଠ ସମନ୍ବୟ ଏବଂ ଗଭୀର ବନ୍ଧୁତାକୁ ପ୍ରତିଫଳିତ କରେ। ଜୁଲାଇ ମାସରେ ମସ୍କୋରେ ଆମର ବାର୍ଷିକ ସମ୍ମିଳନୀ ପ୍ରତ୍ୟେକ କ୍ଷେତ୍ରରେ ଆମର ସହଯୋଗକୁ ମଜଭୁତ କରିଛି। ବ୍ରିକ୍ସ ଗତ ୧୫ ବର୍ଷ ମଧ୍ୟରେ ନିଜର ଚିହ୍ନ ସୃଷ୍ଟି କରିଛି ଏବଂ ବର୍ତ୍ତମାନ ବିଶ୍ୱର ଅନେକ ଦେଶ ଏଥିରେ ଯୋଗଦେବାକୁ ଚାହୁଁଛନ୍ତି। ମୁଁ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ବିଷୟରେ କ୍ରମାଗତ ଭାବରେ କହୁଛି ଆମର ସମସ୍ତ ପ୍ରୟାସରେ ଶାନ୍ତି ଏବଂ ସ୍ଥିରତାର ପ୍ରାରମ୍ଭିକ ପ୍ରତିଷ୍ଠାକୁ ଆମେ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରୁଛୁ।

ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ପ୍ରସଙ୍ଗରେ ମୁଁ ଆପଣଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛି। ମୁଁ ପୂର୍ବରୁ କହିଛି ଯେ, ଆମେ ବିଶ୍ୱାସ କରୁ ଯେ ସମସ୍ୟାର ସମାଧାନ ହୋଇପାରିବ। ଆମେ ଶାନ୍ତି ଏବଂ ସ୍ଥିରତାର ପ୍ରାରମ୍ଭିକ ପ୍ରତିଷ୍ଠାକୁ ସମ୍ପୂର୍ଣ୍ଣ ରୂପେ ସମର୍ଥନ କରୁଛୁ। ଆମର ସମସ୍ତ ପ୍ରୟାସରେ ଭାରତ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି,ମୋର ମନେ ଅଛି ଯେ ଜୁଲାଇରେ ଆମେ ସାକ୍ଷାତ କରିଥିଲୁ ଏବଂ ଅନେକ ପ୍ରସଙ୍ଗରେ ବହୁତ ଭଲ ଆଲୋଚନା କରିଥିଲୁ। ଆମେ ଅନେକ ଥର ଟେଲିଫୋନରେ ମଧ୍ୟ କଥା ହୋଇଥିଲୁ। ଆଜି ଆମେ ବ୍ରିକ୍ସ ଶିଖର ସମ୍ମିଳନୀର ଉଦଘାଟନୀ ସମାରୋହରେ ଯୋଗଦେବୁ ଏବଂ ତା’ପରେ ରାତ୍ରୀ ଭୋଜନ କରିବୁ।

 

 


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ଭେଟିବା ପରେ ଏମିତି କଥା କହିଦେଲେ ପୁଟିନ

ମସ୍କୋ,୨୨।୧୦: ବ୍ରିକ୍ସ ସମ୍ମିଳନୀ ୨୦୨୪ରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୁଷିଆ କଜାନରେ ପହଞ୍ଚିଛନ୍ତି। କଜାନରେ ପହଞ୍ଚିବା ପରେ ରୁଷୀୟ କଳାକାରମାନେ...

ରୁଷିଆରେ ପହଞ୍ଚିଲେ ମୋଦି: କୃଷ୍ଣ ଭଜନ ଗାଇ କରାଗଲା ଭବ୍ୟ ସ୍ବାଗତ

ମସ୍କୋ,୨୨।୧୦: ବ୍ରିକ୍ସ ସମ୍ମିଳନୀ ୨୦୨୪ରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୁଷିଆ କଜାନରେ ପହଞ୍ଚିଛନ୍ତି। କାଜାନରେ ପହଞ୍ଚିବା ପରେ ରୁଷୀୟ କଳାକାରମାନେ...

ଧମକ ମିଳୁଥିବାରୁ ସଲମାନଙ୍କ ମେଣ୍ଟାଲ ହେଲଥ ଉପରେ ପଡୁଛି ପ୍ରଭାବ! ସୁଟିଂ କ୍ୟାନସେଲ

ମୁମ୍ବାଇ,୨୨।୧୦: ଏନସିପି ନେତା ବାବା ସିଦ୍ଦିକୀଙ୍କ ମୃତ୍ୟୁ ପରେ ସଲମାନ ଖାନଙ୍କୁ କ୍ରମାଗତ ଭାବରେ ହତ୍ୟା ଧମକ ମିଳୁଛି, ଯେଉଁଥିପାଇଁ ଆଜିକାଲି ସୁପରଷ୍ଟାର ବହୁତ ଚାପରେ...

ଭାରତ-ଚାଇନା ଝଗଡା ଶେଷ, ରୁଷିଆ ସାଥିରେ ଆସିଲେ ପଶ୍ଚିମ ଦେଶର ଦାଦାଗିରି ଶେଷ!

ନୂଆଦିଲ୍ଲୀ,୨୨।୧୦: ଦୀର୍ଘ ୪ ବର୍ଷ ଧରି ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ଉତ୍ତେଜନା ବର୍ତ୍ତମାନ ଶାନ୍ତି ଆଡକୁ ଗତି କରୁଛି। ୨୦୨୦ରେ ଏଲଏସିର ପାଟ୍ରୋଲିଂ...

ଏବେବି ବାଂଲାଦେଶର ପ୍ରଧାନମନ୍ତ୍ରୀ ଅଛନ୍ତି ଶେଖ ହାସିନା! ରାଷ୍ଟ୍ରପତିଙ୍କ ଦାବିକୁ ନେଇ ବଢୁଛି ରାଜନୈତିକ ଉଷ୍ମତା

ଢାକା,୨୨।୧୦: ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ କହିଛନ୍ତି ଯେ ଶେଖ ହାସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାର କୌଣସି ଡକ୍ୟୁମେଣ୍ଟାରୀ ପ୍ରମାଣ ନାହିଁ। ବାଂଲାଦେଶରେ ତତ୍କାଳୀନ...

ଭାଜପାକୁ କେବେ ମିଳିବ ନୂଆ ଅଧ୍ୟକ୍ଷ, ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୨।୧୦: ଗତ କିଛି ମାସ ଧରି ଭାରତୀୟ ଜନତା ଦଳର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଥିଲା, କିନ୍ତୁ ଦଳ...

ନିର୍ବାଚନ ଲଢିବେ ଲରେନ୍ସ ବିଷ୍ଣୋଇ? ଜାଣନ୍ତୁ କିଏ ଦେଇଛି ଅଫର୍‌

ମୁମ୍ବାଇ,୨୨।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଉ ଅଧିକ ସମୟ ବାକି ନାହିଁ। ଏହି ସମୟରେ ରାଜନୈତିକ ଦଳର ଏକ ଅଜବ ବିବୃତ୍ତି ସାମ୍ନାକୁ ଆସିଛି।...

ସରକାରଙ୍କ ଚିନ୍ତାଜନକ ତଥ୍ୟ, ସଡ଼କ ଦୁର୍ଘଟଣାରେ ଦିନକୁ ୪୭୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୨।୧୦: ୨୦୨୩ରେ ଦେଶରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟାକୁ ନେଇ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। କେନ୍ଦ୍ର ସରକାରଙ୍କ ସହ ରାଜ୍ୟଗୁଡିକ ଅଂଶୀଦାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri