Categories: Uncategorized

ସାଂଘାତିକ ଅଭିଯୋଗ ଆଣିଲେ ପ୍ରଧାନମନ୍ତ୍ରୀ ମୋଦି: ରତ୍ନଭଣ୍ଡାର ଚାବି ତାମିଲନାଡୁ ଯାଇଛି

କଟକ,୨୦।୫: ପୁରୀରେ ସୋମବାର ରୋଡ ଶୋ’ ପରେ କଟକରେ ପହଞ୍ଚିଛନ୍ତି ପହଞ୍ଚିଛନ୍ତି। ଏଠାରେ ଏକ ସଭାକୁ ସମ୍ବୋଧିତ କରି ସେ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଏକ ସାଂଘାତକ ଅଭିଯୋଗ ଆଣି କହିଛନ୍ତି,ଲୋକ କହୁଛନ୍ତି ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି। ରତ୍ନଭଣ୍ଡାର ଚାବି ତାମିଲନାଡୁ କିଏ ନେଇ ଯାଇଛି। ଏଭଳି ଲୋକକୁ ଓଡ଼ିଶାବାସୀ କ୍ଷମା କରିବେ ନାହିଁ। ଏଭଳି ଅବସ୍ଥାରେ ଯାଞ୍ଚ କମିଟି ରିପୋର୍ଟକୁ ଚାପି ଦିଆଯାଇଛି। ଭାଜପା ସରକାର ଆସିବା କ୍ଷଣି ଚାବିର ରାଜ ଖୋଲିବ ଏବଂ ଯାଞ୍ଚ ରିପୋର୍ଟ ସାର୍ବଜନୀନ କରାଯିବ। ଯଦି କିଛି ଗଡ଼ବଡ଼ି ଥିବ, ମୋଦି କାହାକୁ ଛାଡ଼ିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।
କଟକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶାରେ ଚାଲିଥିବା ଏ ଲୁଟତରାଜ ବନ୍ଦ ହେବା ଦରକାର। ଆପଣମାନଙ୍କ ଭୋଟ ହିଁ ଏ ଲୁଟତରାଜ ବନ୍ଦ କରିବ। ଆପଣଙ୍କ ଭୋଟ ହିଁ ଓଡ଼ିଶାର ଭାଗ୍ୟ ବଦଳାଇ ପାରିବ। ବିଜେଡି ଭ୍ରଷ୍ଟାଚାର ପାଇଁ ଯୁବକମାନଙ୍କୁ ଅନ୍ୟ ରାଜ୍ୟକୁ ଯିବାକୁ ପଡୁଛି। ଜଣେ ମାଫିଆ ଅଛନ୍ତି, ଯିଏ ପ୍ରତି ସେକ୍ଟର ଉପରେ କବ୍ଜା କରି ବସିଛି। ଜୁନ ୧୦ରେ ଭାଜପା ସରକାର ଆସିଲେ ଏ ମାଫିଆର ଅଣ୍ଟା ଭଙ୍ଗାଯିବ। ଆମକୁ ଓଡ଼ିଶାରେ ନିବେଶ ଦରକାର, ନୂଆ ଉଦ୍ୟୋଗ ଦରକାର। ଭାଜପାର ତାକତ ଅଛି, ଏସବୁ ଭାଜପା ହିଁ କରିପାରିବ। ଓଡ଼ିଶାର ହେବାକୁ ଥିବା ଭାଜପା ମୁଖ୍ୟମନ୍ତ୍ରୀଙ୍କୁ ସବୁ ସହଯୋଗ କରାଯିବ।