ବାଲିଯାତ୍ରାର ଐତିହାସିକ ସୁଖ୍ୟାତି ବଖାଣିଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର,୨୮।୧: ଭୁବନେଶ୍ବର ଜନତା ମଇଦାନରେ ଉଦ୍‌ଘାାଟିତ ହୋଇଯାଇଛି ଉତ୍କର୍ଷ ଓଡ଼ିଶା କନକ୍ଲେଭ-୨୦୨୫। ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଉତ୍କର୍ଷ ଓଡ଼ିଶା କନକେଭ୍‌କୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି, ଚଳିତ ଜାନୁଆରୀରେ ଓଡ଼ିଶାକୁ ଏହା ମୋର ଦ୍ବିତୀୟ ଗସ୍ତ। ଓଡ଼ିଶାରେ ଏହା ସବୁଠାରୁ ବଡ଼ ବ୍ୟାବସାୟିକ ସମ୍ମିଳନୀ। ବିକଶିତ ଭାରତ ନିର୍ମାଣରେ ପୂର୍ବ ଭାରତର ଯୋଗଦାନ ବହୁତ ଅଧିକ।
ଏହାସହ ବାଲିଯାତ୍ରାର ଐତିହାସିକ ସୁଖ୍ୟାତି ବଖାଣିଛନ୍ତି ପ୍ରଧାନମନ୍ତ୍ରୀ। ଦକ୍ଷିଣପୂର୍ବ ଭାରତ ସହ ଓଡ଼ିଶାର ସମ୍ପର୍କ ବହୁ ପୁରୁଣା। ସିଙ୍ଗାପୁର ରାଷ୍ଟ୍ରପତି ମଧ୍ୟ ନିକଟରେ ଆସି ସମ୍ଭାବନା ଉଜ୍ଜ୍ବଳ କରିଛନ୍ତି। ଏହି ସମୟ ଠିକ ସମୟ ବୋଲି ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ତାକୁ ସମର୍ଥନ କରୁଛି। ବର୍ତ୍ତମାନ ଏଆଇର ଯୁଗ, ମାତ୍ର ଭାରତ ପାଇଁ ଏହା ଆସ୍ପେରେସନ ଇଣ୍ଡିଆ। ଓଡ଼ିଶା ଏହି ଆସ୍ପେରେସନକୁ ପ୍ରତିନିଧିତ୍ବ କରୁଛି। ଓଡ଼ିଶା ବହୁତ ଜଲଦି ଉଚ୍ଚରେ ପହଞ୍ଚିବ, ଯାହା କେହି କଳ୍ପନା କରି ନ ଥିବେ ବୋଲି ପ୍ରଧାନମନ୍ତ୍ରୀ ମୋଦି।

ସେହିପରି ଏହି କନକ୍ଲେଭ୍‌କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବୋଧିତ କରି କହିଛନ୍ତି, ଓଡ଼ିଶା ପୂର୍ବୋଦୟର ଇଞ୍ଜିନ ହେବାକୁ ଯାଉଛି। ଶିଳ୍ପ ବିକାଶ ପାଇଁ ଏଠାରେ ଅପାର ସୁଯୋଗ ରହିଛି। ବିଦେଶ ଗସ୍ତ କରି ନିବେଶକଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରିଛି। ଏହାର ସୁଫଳ ଆଜି ମିଳିବାକୁ ଯାଉଛି। ସିଙ୍ଗିଲ ୱିଣ୍ଡୋ ମଞ୍ଜୁରୀ ଜରିଆରେ ପ୍ରତିବନ୍ଧକ ଦୂର କରିଛୁ। ମୁଁ ଆପଣଙ୍କୁ ପୁଞ୍ଜି ନିବେଶ ପାଇଁ ଆମନ୍ତ୍ରଣ କରୁଛି। ପ୍ରଧାନମନ୍ତ୍ରୀ ଭାରତକୁ ୩ୟ ଅର୍ଥନୀତି ସମୃଦ୍ଧ ରାଷ୍ଟ୍ର କରିବାକୁ ଚାହୁଁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ଆମେ ମଧ୍ୟ ସାମିଲ ହେବାକୁ ଯାଉଛୁ।

ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ନିବେଶକ, ପ୍ରତିନିଧି ଉପସ୍ଥିତ ଅଛନ୍ତି। କୁମାର ମଙ୍ଗଳମ ବିର୍ଲା, ନବୀନ ଜିନ୍ଦଲ, ଅନୀଲ ଅଗ୍ରୱାଲ, କରନ ଅଦାନୀ, ଦେବେଶ ଜୈନ, ଶୁଭ୍ରକାନ୍ତ ପଣ୍ଡା ପ୍ରମୁଖ ବ୍ୟବସାୟୀ ଉପସ୍ଥିତ ଅଛନ୍ତି।

ଉତ୍କର୍ଷ ଓଡ଼ିଶା, ମେକ୍‌ ଇନ ଓଡ଼ିଶା କନ୍‌କ୍ଲେଭ-୨୦୨୫ ମଙ୍ଗଳବାର ଭୁବନେଶ୍ୱର ଜନତା ମଇଦାନଠାରେ ଆରମ୍ଭ ହୋଇଛି। ଏହା ୨ ଦୁଇଦିନ ଧରି ଚାଲିବ। ଏହି କନ୍‌କ୍ଲେଭରେ ଦେଶ ବିଦେଶରୁ ବହୁ ଶିଳ୍ପପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆମେରିକା, ଜର୍ମାନୀ, ଅଷ୍ଚ୍ରେଲିଆ, ସିଙ୍ଗାପୁର, ମାଲେସିଆ, ବେଲାରୁଷ୍‌, ୟୁକେ ଭଳି ୧୬ଟି ଦେଶର ପ୍ରତିନିଧି କନ୍‌କ୍ଲେଭରେ ସାମିଲ ହେବେ ବୋଲି ଜଣାପଡ଼ିଛି। ୨ ଦିନରେ ହେବାକୁ ଥିବା ଏହି କନ୍‌କ୍ଲେଭରେ ବିଭିନ୍ନ କ୍ଷେତ୍ର ପାଇଁ ୧୫ଟି ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

କନ୍‌କ୍ଲେଭରେ ୪ଟି ପ୍ଲେନାରି ଅଧିବେଶନ ଏବଂ ୧୬ଟି କ୍ଷେତ୍ରୀୟ ଅଧିବେଶନ ରହିବ। ସେମି କଣ୍ଡକ୍ଟର, ଗ୍ରୀନ୍‌ ଏନର୍ଜୀ, ପେଟ୍ରୋ କେମିକାଲ ଓ ଜାହାଜ ନିର୍ମାଣ ଉପରେ ଫୋକସ ଦିଆଯାଉଥିବା ମନ୍ତ୍ରୀ କହିଛନ୍ତି। ଭାଜପା ସରକାରରେ ଗତ ୭ ମାସରେ ୨ଲକ୍ଷ ୭୫ ହଜାର କୋଟିର ନିବେଶ ପାଇଁ ୧୫୯ଟି ଶିଳ୍ପ ସଂସ୍ଥାକୁ ସିଙ୍ଗିଲ ୱିଣ୍ଡୋ ଅନୁମୋଦନ ମିଳିଛି। ଏଥିରେ ୨ ଲକ୍ଷ ୧୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଷଣ ୨.୦ କାର୍ଯ୍ୟକ୍ରମ: ଉପକୃତ ହେବେ ଓଡ଼ିଶାର ୩୬ଲକ୍ଷରୁ ଅଧିକ ଶିଶୁ, ମହିଳା

ଭୁବନେଶ୍ୱର,୩।୨: ଚଳିତବର୍ଷ କେନ୍ଦ୍ର ବଜେଟ୍‌ରୁ ଓଡ଼ିଶା ଲାଭବାନ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖବରଦାତା ସମ୍ମିଳନୀରେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର...

ହସ୍ପିଟାଲରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ: ଆଶୁ ଆରୋଗ୍ୟ କାମନା କଲେ ନବୀନ

ବରଗଡ଼,୩।୨(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ତଥା ବରଗଡ଼ ଜିଲା ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସୁଶାନ୍ତ ସିଂ ଅସୁସ୍ଥ ହୋଇପଡ଼ିଛନ୍ତି। ଅଧିକ ଚିକିତ୍ସା...

ବାବୁଙ୍କ ଠେଙ୍ଗା ପ୍ରାହାର ଉପରେ ଜବାବ ରଖିଲେ ରାଣୀ ପ୍ରିୟଦର୍ଶିନୀ: ଖଣ୍ଡଗିରିରେ ମୁଁ ନାଚିବି.. ନାଚିବି.. ନାଚିବି…  

ଭୁବନେଶ୍ୱର,୩।୨: କାଲି ହେବାକୁ ଥିବା ଖଣ୍ଡଗିରି ମେଳାକୁ ନେଇ  ଜୋରସୋରରେ ଚାଲିଛି ପ୍ରସ୍ତୁତି । ଖଣ୍ଡଗିରିକୁ ସାଧୁସନ୍ଥ ମଧ୍ୟ ଆସୁଛନ୍ତି। ଅନ୍ୟପକ୍ଷେ ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ...

ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ: ବିରଳ ରୋଗରେ ପୀଡିତ କୁନି ଝିଅଙ୍କୁ ଦେଖୁଦେଖୁ ଜାଣନ୍ତୁ ତାଙ୍କ ପାଇଁ କ’ଣ କଲେ

ଭୁବନେଶ୍ୱର,୩।୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଲୋକଙ୍କ ଅଭିଯୋଗ ଶୁଣଛନ୍ତି। ଏହା ସହ ଅଭିଯୋଗର ସମାଧାନ ନେଇ ଦୂର ଦୂରାନ୍ତରୁ ଆସିଥିବା ଆଶାୟୀଙ୍କୁ ପ୍ରତିଶ୍ରୁତି...

ଅମିତାଭ ବଚ୍ଚନଙ୍କ ହୃଦୟ ଜିତିଲେ ଓଡ଼ିଆ ଝିଅ କରିଶ୍ମା: ଲଞ୍ଚ୍‌ ପାଇଁ ଡାକିଲେ ବିଗ୍‌ ବି’

ନୂଆଦିଲ୍ଲୀ,୩।୨: ଓଡ଼ିଶାର ରାଇରଙ୍ଗପୁରର ଝିଅ କରିଶ୍ମା ଶର୍ମା କୌନ ବନେଗା କରୋଡ଼ପତି ୧୬ରେ ତାଙ୍କର ପ୍ରଭାବଶାଳୀ ପ୍ରଦର୍ଶନ ଦ୍ୱାରା ଅମିତାଭ ବଚ୍ଚନଙ୍କ ହୃଦୟ ଜିତିଛନ୍ତି। ଚ୍ୟାଲେଞ୍ଜିଂ...

ରେଳ ବଜେଟ୍‌ରେ ଓଡ଼ିଶାକୁ ନେଇ ଆସିଲା ବଡ଼ ଖବର ଅଶ୍ବିନୀ ବୈଷ୍ଣବ କହିଲେ..

ନୂଆଦିଲ୍ଲୀ,୩।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର (ଫେବୃଆରୀ୧) ତାଙ୍କର ଲଗାତାର ଅଷ୍ଟମ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟ୍‌ ଆଗତ ହେବା ପରେପରେ ରେଳ ବଜେଟ୍‌ ଘୋଷଣା...

ଚାଷୀ ହୋଇ ମଣ୍ଡି ବୁଲିଲେ ଜିଲାପାଳ, ଯେଉଁଠି କଟ୍‌ନି ଛଟ୍‌ନି ଧରାପଡ଼ିଲା ନେଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭଦ୍ରକ,୩ା୨(ସନାତନ ରାଉତ): ଭଦ୍ରକ ଜିଲାପାଳ ଦିଲ୍ଲୀପ ରାଉତରାୟ ଜଣେ ଚାଷୀ ଭାବରେ ଅଚାନକ ଅଞ୍ଚଳରେ ଥିବା ମଣ୍ଡିରେ ପହଞ୍ଚିଥିଲେ। ଧାମନଗର ବ୍ଲକ ଅଧୀନ କଟସାହି ମଣ୍ଡିରେ...

ଦୁର୍ବୃତ୍ତ ଚାଲାଣ କରୁଥିଲେ ଶୁଆ, ୪ ଜଣଙ୍କୁ ବାନ୍ଧିଲା ବନବିଭାଗ

ବୌଦ୍ଧ,୩ା୨ (ଅଜିତ କୁମାର ବାରିକ): ବେଆଇନ ଶୁଆ, କଇଁଛ ଚାଲାଣ ଅଭିଯୋଗରେ ବୌଦ୍ଧ ବନ ବିଭାଗ ପକ୍ଷରୁ ରବିବାର ୪ ଜଣଙ୍କୁ ଗିରଫ କରି କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image